ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ର ୬୬ତମ ବାର୍ଷିକ ଉତ୍ସବ

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍( ବ୍ୟୁରୋ)
- କଳାହାଣ୍ଡି ଜିଲ୍ଲା ମ,ରାମପୁର ସ୍ଥିତ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ର ୬୬ତମ ବାର୍ଷିକ ଉତ୍ସବ ପାଳିତ ହେଇ ଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆସିଷ୍ଟାଣ୍ଟ ପ୍ରଫେସର ଡଃ ସୁବ୍ରତ କୁମାର ପାଣିଗ୍ରାହୀ( ମା ମାଣିକେଶ୍ଵରୀ ବିଶ୍ଵ ବିୟାଳୟ) ମୁଖ୍ୟ ବକ୍ତା ସତ୍ୟ ନାରାୟଣ ମୁଣ୍ଡ ଛିନ୍ନା( ଅଧକ୍ଷ:ମା ମାଣିକେଶ୍ଵରୀ ମହାବିଦ୍ୟାଳୟ, ଥୁଆମୂଳ ରାମପୁର) ,ସମ୍ମାନୀତ ଅତିଥି ପୂର୍ବତନ ଶିକ୍ଷକ ଶିବ ପ୍ରସାଦ ଶତପଥୀ, ଅଧ୍ୟକ୍ଷ ଥୁଆମୂଳ ରାମପୁର ମହାବିଦ୍ୟାଳୟ ସମୀର କୁମାର ସାହୁ, ସରପଂଚ ମ,ରାମପୁର ବୀଣାପାଣି ସାହୁ, ବରିଷ୍ଠ ସଦସ୍ୟ ଏସ୍ ଏମ୍ ଡି ସି ରଜନୀକାନ୍ତ ମହାଖୁଡ଼ ଯୋଗ ଦେଇଥିଲେ । ଶିକ୍ଷକ ଶେଷଦେବ ସାହୁ କାର୍ଯ୍ୟକ୍ରମ ପରିଚାଳନା ଓ ଶିକ୍ଷକ ଶମ୍ଭୁ ଭୂଷଣ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସର ରେ ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ସଭା କାର୍ଯ୍ୟ ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିଲେ ।
What's Your Reaction?






