ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ୨ ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ
ସଇଁତଲା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)
ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଥିବା ୨ ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଚଳିତ ବର୍ଷ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଛି l ଏହି ସଇଁତଲା ସ୍ଥିତ ମିନି ଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଥିଲା l ଏଥିରେ ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା ଯୋଗ ଦେଇ ଜାତୀୟ ପତାକାକୁ ଉତ୍ତୋଳନ କରି ଉପସ୍ଥିତ ଜନସାଧାରଣଙ୍କୁ ଅଭିବାଦନ ପ୍ରଦାନ କରିଥିଲେ l ଏହି ପରିପେକ୍ଷୀରେ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ବିରଞ୍ଚି ପ୍ରସାଦ ପୃଷେଠ ସ୍ମୃତି ଉଦେଶ୍ୟରେ କରମତଲା ବୁଢାରଜା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦ୍ୱିତୀକୃଷ୍ଣ ପଧାନ ଙ୍କୁ ଆଦର୍ଶ ପ୍ରଧାନ ଶିକ୍ଷକ ଭାବରେ ମୁଖ୍ୟଅତିଥି ଶ୍ରୀ ମିର୍ଦ୍ଧାଙ୍କ ଦ୍ୱାରା ଉପଢୋକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଛି l ସେହିପରି ଛୋକରବାଞ୍ଜି ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପାଢ଼ୀ ଙ୍କୁ ଚଳିତ ବର୍ଷ ଆଦର୍ଶ ଶିକ୍ଷୟିତ୍ରୀ ଭାବରେ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ଗୌରହରି ସେଲମାଙ୍କ ସ୍ମୃତି ସମ୍ମାନରେ ମୁଖ୍ୟଅତିଥି ବିଡ଼ିଓ ଶ୍ରୀ ମିର୍ଦ୍ଧା ଫୁଲତୋଡ଼ା ଉପଢୋକନ ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ l ଏହି ସମୟରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀ, ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ସଇଁତଲା ଆଇଆଇସି ଖଗପତି ବିଶ୍ୱାଳ, ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମା, ଅଗ୍ନିଶମ ବିଭାଗ ଅଧିକାରୀ ସମୀର ସାହୁ, ବ୍ଲକ ସେକ୍ସନ ଅଫିସର ପର୍ଶୁରାମ ନାୟକ, ଅତିରିକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ହରେକୃଷ୍ଣ ପାଣିଗ୍ରାହୀଙ୍କ ସମେତ ପ୍ରଶାସନିକ ଅଧିକାରୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ସାମ୍ବାଦିକ ଓ ସହରର ଜନସାଧାରଣ ଉପସ୍ଥିତ ଥିଲେ l
What's Your Reaction?