ସାମ୍ବାଦିକ ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ବରିଷ୍ଠ ସାମ୍ବାଦିକ ହୁଲେଶ୍ୱର ହଂସ

Dec 14, 2025 - 19:40
 0  19
ସାମ୍ବାଦିକ ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ବରିଷ୍ଠ ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା,୧୪।୧୨- ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ର କାର୍ଯ୍ୟରତ ଅର୍ଗସ ନ୍ୟୁଜ ପ୍ରତିନିଧି ,ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ର ସମ୍ପାଦକ,ତଥା ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ହୁଲେଶ୍ୱର ହଂସ ଙ୍କୁ ସାମ୍ବାଦିକ ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି ।ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିବା ଶକ୍ତି ଟିଭି ର ପଞ୍ଚମ ରାଜ୍ୟସ୍ତରୀୟ ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଶକ୍ତି ଟିଭି ର ପ୍ରତିଷ୍ଠାତା ମୁଖ୍ୟ ସମ୍ପାଦକ ଡ଼ଃ କ୍ରିଷ୍ନା ସେଠୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅନାମ ନାଏକ ଯୋଗ ଦେଇ ଉପଢଉକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ,ଶ୍ରୀ ହଂସ ଦୀର୍ଘ ୧୫ ବର୍ଷ ହେଲା ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ରେ କାର୍ଯ୍ୟ କରି ଗାଁ ହେଉକି ସହର,ଉପାନ୍ତ ହେଉ କି ସୀମାନ୍ତ,ଅପହଞ୍ଚ ହେଉ କି ଦୁର୍ଗମ ସବୁ ଅଞ୍ଚଳ କୁ ଯାଇ ସାଧାରଣ ଲୋକ ଙ୍କ ବିଭିନ୍ନ ସମସ୍ୟା କୁ ଉପସ୍ଥାପନ କରି ସରକାର ଓ ପ୍ରଶାସନ ନିକଟ କୁ ଖବର ପ୍ରସାରଣ କରି ସମସ୍ୟା କୁ ସମାଧାନ କରିବାରେ ଆଗେଇ ଆସିଥାନ୍ତି । ଅର୍ଗସ ନ୍ୟୁଜ ରେ ଗତ ୨୦୨୧ ମସିହା ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁଚାରୁ ରୂପେ କାର୍ଯ୍ୟ କରି ଆସୁଛନ୍ତି। ଶ୍ରୀ ହଂସ ଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ, ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା,ମାଁ ସାହାଜି ଯୁବକ ସଂଘ କପିଲାଭଟା, ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି କପିଲାଭଟା,କୋଶଲ ଯୁବ ଶକ୍ତି ବଙ୍ଗୋମୁଣ୍ଡା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି ।ଏଥିରେ ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରୁ ବହୁ ସାମ୍ବାଦିକ ମାନେ ସାମିଲ ହୋଇଥିଲେ ।

What's Your Reaction?

like

dislike

love

funny

angry

sad

wow