ନିଲଜିକୁ ହରାଇ ଜୟବାହାଳ ଚମ୍ପିୟାନ

Dec 14, 2025 - 19:43
 0  138
ନିଲଜିକୁ ହରାଇ ଜୟବାହାଳ ଚମ୍ପିୟାନ

ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ )

ବୀର ଜୱାନ ପ୍ରଭାସ ଚନ୍ଦ୍ର ଯୋଶୀଙ୍କ ସ୍ମୃତି ନିମିତ୍ତ ଦୀର୍ଘ ୧୫ ଦିନ ଧରି ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ତାରାପୁର ଗ୍ରାମରେ ଜୟ ପାହାଡ ବୁଢା କ୍ରିକେଟ କ୍ଲବ ଦ୍ଵାରା ଆୟୋଜନର ଆଜି ଫାଇନାଲ ମ୍ୟାଚରେ ନିଲଜି କ୍ରିକେଟ ଦଳ ଓ ଜୟବାହାଲ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଜେ ପି ସି ସି ସଭାପତି ସତ୍ୟପୀର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ମଞ୍ଚରେ ସୁପରିଚିତ ବି ଜେ ପି ନେତା ଲମ୍ବୋଦର ନିଆଲ ମୁଖ୍ୟ ଅତିଥି,ଅବସରପ୍ରାପ୍ତ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ସନତ କୁମାର ପଣ୍ଡା ମୁଖ୍ୟ ବକ୍ତା ରୂପେ ଅଳଙ୍କୃତ ଥିବାବେଳେ ସ୍ଵତନ୍ତ୍ର ଅତିଥି ରୂପେ ୟାର ଅନୁଷ୍ଠାନ ସଭାପତି ମହେନ୍ଦ୍ର କୁମାର ଯୋଶୀ,ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଅଙ୍କନ ସିଂ ମାଝୀ,କ୍ରୀଡ଼ା ଶିକ୍ଷକ ଗଣେଶ ଚନ୍ଦ୍ର ଯୋଶୀ,କ୍ରୀଡ଼ା ଶିକ୍ଷକ ବି ପି ସି ବି ପରମେଶ୍ବର ପଣ୍ଡା,ସେକ୍ରେଟାରୀ ଜେ ପି ସି ସି ଶୁଭେନ୍ଦୁ ଯୋଶୀ,ସି ଆର୍ ସି ସି ଧର୍ମେନ୍ଦ୍ର ନାଏକ,ସାମ୍ବାଦିକ ରାମନାଥ ପଣ୍ଡା ଓ ବିଶିକେସନ୍ ପଣ୍ଡା,ସମାଜ ସେବୀ ଅବନୀ ରଞ୍ଜନ ଯୋଶୀ ମଞ୍ଚାଷିନ ଥିଲେ ।

ଆଜିର ମ୍ୟାଚରେ ଅଜୟ ସଲମାଙ୍କ ୫୩ ବଲରେ ୧୦୪ ରନ ସହାୟତାରେ ଜୟବାହାଲ ଦଳ ସମୁଦାୟ ୨୩୪ ରନ ସଂଗ୍ରହ କରିଥିବାବେଳେ ନିଲଜି ଦଳ ସମସ୍ତ ୱିକେଟ ହରାଇ ୧୫୧ ରନ ସଂଗ୍ରହ କରି ପରାଜୟ ଲାଭ କରିଥିଲା ।ବିଜେତା ଦଳ ଜୟ ବାହାଳକୁ ୱିନର ଟ୍ରଫି ସହ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ରନର୍ଷ ଅପ ଟ୍ରଫି ସହ ୨୦ ହଜାର ଟଙ୍କା ନିଲଜି ଦଳକୁ ପ୍ରଦାନ କରାଯାଇଛି ।ମେନ ଅଫ ଦି ମ୍ୟାଚ୍ ଓ ମେନ ଅଫ ଦି ସିରିଜ ଟ୍ରଫି ଅଜୟ ସଲମା ଏବଂ ବେଷ୍ଟ ବୋଲର ଭାବରେ ନିଲଜି ଦଳର ବାସୁ ସମ୍ମାନିତ ହୋଇଛନ୍ତି ।

What's Your Reaction?

like

dislike

love

funny

angry

sad

wow