ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ*-

Sep 11, 2025 - 22:16
 0  19
ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ*-

ସୁବର୍ଣ୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସ୍ଵତନ୍ତ୍ର ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତି ସୂପାର ଠେଲାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲାପାଳ,ସୁବର୍ଣ୍ଣପୁର ଡ଼ ନୃପରାଜ ସାହୁ ଜିଲ୍ଲା ପରିଷଦ ବୈଠକରେ ଉପସ୍ଥିତ ଥିବା ମାନ୍ୟବର ବିଧାୟକ,ଇଞ୍ଜିନିୟର ରଘୁନାଥ ଜଗଦଲା, ମାନ୍ୟବର ବିଧାୟକ ସୋନପୁରଙ୍କ ପ୍ରତିନିଧି, ସମସ୍ତ ଜିଲ୍ଲା ସଭ୍ୟ ସଭ୍ୟା, ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା ଓ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସ୍ଵାଗତ ଜଣାଇଥିଲେ। ଜିଲ୍ଲା ପରିଷଦ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲା ପରିଷଦ ବୈଠକରେ ଆଲୋଚିତ ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା। 

ଜିଲ୍ଲା ପରିଷଦ ବୈଠକ ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow