ସୁବର୍ଣ୍ଣପୁର ଜିଲ୍ଲାରେ ଖୋଲିଲା ଧାନମଣ୍ଡି*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-

Dec 9, 2025 - 22:15
 0  34
ସୁବର୍ଣ୍ଣପୁର ଜିଲ୍ଲାରେ ଖୋଲିଲା ଧାନମଣ୍ଡି*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-

ସୁବର୍ଣ୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

  ପୂର୍ବ ଧାର୍ଯ୍ୟ ଅନୁଯାୟୀ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଖୋଲିଛି ମଣ୍ଡି । ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଲାଟି ଗ୍ରାମ ପଞ୍ଚାୟତର ସିଲାଟି ପ୍ରାଥମିକ ସେବା ସମବାୟ ସମିତି ଠାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ଧାନମଣ୍ଡି ପୂଜାର୍ଚ୍ଚନା ପରେ ଶୁଭ ଉଦଘାଟନ କରାଯାଇଥିଲା । ଏହି ଧାନ ମଣ୍ଡି ଉଦଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ, ମୁଖ୍ୟ ବେସାମାରିକ ଯୋଗାଣ ଅଧିକାରୀ ନିରୋଦ କୁମାର ଦାସ, ସିଲାଟି ପ୍ରାଥମିକ ସେବା ସମିତିର ସଭାପତି ବାବୁଲୁ ବିଶି ଓ ସମ୍ପାଦକ, ବଳରାମ ପଢନ, ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଶୋକ ପୁଷ୍ଟି, ସୁବର୍ଣ୍ଣପୁର ସେବା ସମବାୟ ସମିତି ଉପ ନିବନ୍ଧକ, ସହକାରୀ ନିବନ୍ଧକ, ଉଭୟ ବେସାମାରିକ ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ସମେତ ସିଲାଟି ଗ୍ରାମ ପଞ୍ଚାୟତ ଓ ବିନିକା ପଞ୍ଚାୟତ ସମିତି ଅଞ୍ଚଳର ଚାଷୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଚାଷୀ ମାନଙ୍କୁ ମଣ୍ଡିରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଚାଷୀ ମାନଙ୍କ ଠାରୁ ଯେପରି ସହଜରେ ଓ ସୁବିଧାରେ ଧାନ କ୍ରୟ କରାଯାଇ ପାରିବ, ଚାଷୀ ଙ୍କୁ ଅଖା ଯୋଗାଇବାକୁ ଓ ବାକି ଥିବା ଚାଷୀ ଙ୍କ ଟୋକନ୍ ବ୍ୟବସ୍ଥା କରିବାକୁ ସେଥିପାଇଁ ଉଭୟ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow