ସୁବର୍ଣ୍ଣପୁର ଜିଲ୍ଲାରେ ଗଡ଼ିଲା ସୁଭଦ୍ରା ରଥ : ସୁଭଦ୍ରା ରଥର ଶୁଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓଡିଶା,

Sep 7, 2024 - 19:23
 0  14
ସୁବର୍ଣ୍ଣପୁର ଜିଲ୍ଲାରେ ଗଡ଼ିଲା ସୁଭଦ୍ରା ରଥ : ସୁଭଦ୍ରା ରଥର ଶୁଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର  ଓଡିଶା,

ସୁବର୍ଣ୍ଣପୁର : ଲୋକ ଆବାଜ୍.ଇନ୍ମ ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସରକାରଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ର ସଚେତନତା ନିମନ୍ତେ ଜିଲ୍ଲାରେ ୩ ଗୋଟି ସୁଭଦ୍ରା ରଥ କୁ ମାନ୍ୟବର ମନ୍ତୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓଡିଶା ଡ. ମୁକେଶ ମହାଲିଙ୍ଗ ଓ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି । ଏହି ସୁଭଦ୍ରା ରଥ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ କୁ ପରିକ୍ରମା କରି ଯୋଜନା ସମ୍ୱନ୍ଧରେ ସଚେତନତା କରିବ। ଅଦ୍ୟ ଶୁଭାରମ୍ଭ ତିନିଗୋଟି ସୁଭଦ୍ରା ରଥ ତା ୦୭/୦୯/୨୪ ଠାରୁ ତା ୧୧/୦୯/୨୪ ପର୍ଯ୍ୟନ୍ତ ଜିଲ୍ଲାର ବୀରମହାରାଜପୁର, ସୋନପୁର ଓ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳ ପରିକ୍ରମା କରିବାକୁ ଥିବା ବେଳେ ତା ୧୨/୦୯/୨୪ ରୁ ତା ୧୬/୦୯/୨୪ ପର୍ଯ୍ୟନ୍ତ ବିନିକା, ଉଲୁଣ୍ଡା ଓ ତରଭା ବ୍ଲକ ଅଞ୍ଚଳ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି l

 ପରେ ପରେ ମାନ୍ୟବର ମନ୍ତ୍ରୀ ଡ. ମହାଲିଙ୍ଗ ଓ ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ଜଗଦଲା ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ଓ ରୂପାୟନ ନିମନ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଲୋଚନା ବୈଠକରେ ଯୋଗଦାନ କରି ଏହି ଯୋଜନା ରାଜ୍ୟରେ ଏକ ଯୁଗାନ୍ତକାରୀ ଯୋଜନା ହୋଇଥିବା ବେଳେ ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟ ମୁକ୍ତ, ଆବେଦନ ନିମନ୍ତେ ସମୟ ସୀମାରେ କୌଣସି ନିର୍ଦ୍ଧିଷ୍ଟ ଅବଧି ନାହିଁ, ଏହି ଯୋଜନାରେ ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା ଏଣୁ ଆବେଦନ ନିମନ୍ତେ କୌଣସି ପ୍ରକାର ଅଧର୍ଯ୍ୟ ନହୋଇ ହିତାଧିକାରୀ ଯେ କୌଣସି ଦିନରେ ମଧ୍ୟ ସାମିଲ ହୋଇପାରିବେ ବୋଲି କହିଥିଲେ। ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ରଘୁନାଥ ଜଗଦଲା,ଯୋଜନା ର ସଫଳତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ କହିବା ସହ ଏହାକୁ ସଫଳ କରିବାକୁ ଜିଲ୍ଲାବାସୀ ଙ୍କୁ ଆହ୍ୱାନ କରିଥିଲେ।ଜିଲ୍ଲପାଳ ଶ୍ରୀମତୀ ଅନ୍ୟା ଦାସ ବୈଠକରେ ସ୍ୱାଗତ କରିବା ସହ ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାସ୍ତରୀୟ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର ଜିଲ୍ଲାପ୍ରଶାସନ ତରଫରୁ ନିଆଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ଭାବେ ସୂଚୀତ କରିଥିଲେ। ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଡି ଏସ ଡବ୍ଲୁ ଓ ଅନୁପମା ପଣ୍ଡା, ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ମିଶନ ଶକ୍ତି ସଦସ୍ୟା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ସାମ୍ବାଦିକ, ବିଭାଗୀୟ ଅଧିକାରୀ ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ।

What's Your Reaction?

like

dislike

love

funny

angry

sad

wow