ସୁବର୍ଣ୍ଣପୁର ଠାରେ ପଶ୍ଚିମ ଓଡ଼ିଶା ସୁଦ ସମାଜ ର ସମାବେଶ*-
ସୋନପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୋନପୁର ଆଞ୍ଚଳିକ ସୁଦ ସମାଜ ଆନୁକୁଲ୍ୟରେ ପଶ୍ଚିମ ଓଡ଼ିଶା ସୁଦ ସମାଜ ର ଏକ ଜରୁରୀ ବୈଠକ ବା ସମାବେଶ ଅନୁଷ୍ଟିତ ହୋଇଥିଲା l ଆଜି ୧୮ -୦୧- ୨୦୨୬ ତାରିଖ ରବିବାର ଦିନ ସ୍ଥାନୀୟ ମା ଖମ୍ବେଶ୍ୱରୀ ମନ୍ଦିର ଠାରେ ଅନୁଷ୍ଟିତ ଏହି ସଭାରେ ପଶ୍ଚିମ ଓଡ଼ିଶା ର ୧୦ ଜିଲ୍ଲା କୁ ନେଇ ଏକ ସମାଜ ଗଠନ କରାଗଲା l ଏହି ସମାବେଶ ରେ କେନ୍ଦ୍ରୀୟ କମିଟି ତତ୍ୱା ବଧାନ ରେ ବିଭିନ୍ନ ଆଲୋଚନା ଓ ପ୍ରସ୍ତାବ ଗ୍ରହଣ ହୋଇଥିଲା l ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଅବହେଳିତ ହୋଇଥିବା ସମାଜ କୁ ମୂଖ୍ୟ ସ୍ରୋତ ରେ ସାମିଲ୍ କରିବା ସଙ୍ଗେ ସଙ୍ଗେ ତାଙ୍କ ର ଉନ୍ନତି ଲାଗି ବିଭିନ୍ନ ଆଲୋଚନା ହୋଇଥିଲା l ଏହି ସଭାରେ ସମସ୍ତ ଜିଲ୍ଲା ର ୧୮ ଟି ସଙ୍ଗଠନ ର ସୂଦ ସମାଜ ର ୫୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ମା ମାଉସୀ ଭାଇ ଭଉଣୀ ଯୋଗ ଦେଇଥିଲେ l ଉକ୍ତ ସଭା କୁ କେନ୍ଦ୍ରୀୟ କମିଟି ସଭାପତି ଶ୍ରୀ କିଶୋର ଚନ୍ଦ୍ର ନାୟକ ଓ ସୋନପୁର ର ଆଞ୍ଚଳିକ ସୂଦ ସମାଜ ର ସଭାପତି ଶ୍ରୀ ଲକ୍ଷ୍ମଣ ନାଏକ ଙ୍କ ପରିଚାଳନା ରେ ସଭା କାର୍ଯ୍ଯ ସୂ ଚାରୁ ରୁପେ ସମାପନ ହୋଇଥିଲା l ସମାଜ ର ବୟୋଜ୍ୟେଷ୍ଠ ସଦସ୍ୟ ଭାବେ ସୁନ୍ଦର ଗଡ ଜିଲ୍ଲା ର ଶିବ ଭିତିରିଆ, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ର ସିଦ୍ଧେଶ୍ୱର ପାତ୍ର ଙ୍କୁ ଆଜି ଏହି ସମାବେଶ ରେ ସମର୍ଧିତ କରା ଯାଇଥିଲା l ସୋନପୁର ସଙ୍ଗଠନ ର ବରିଷ୍ଠ ସଦସ୍ୟ କଇରୁ ମଲ୍ଲିକ ସଭା ସଂଯୋଜନା କରିଥିବା ବେଳେ ବରିଷ୍ଠ ସଦସ୍ୟା ତଥା ସୋନପୁର ପୌର ପରିଷଦ ର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମନ୍ତିନି ନାଏକ, ଉଲୁଣ୍ଡା ଏ ବି ଡି ଓ ଶ୍ରୀ ସୁଧାଂଶୁ ମଲ୍ଲିକ, ବରିଷ୍ଠ ସଦସ୍ୟ ପ୍ରଦୀପ ବେହେରା, ଶୁଶାନ୍ତ ମଲ୍ଲିକ, ରାଧେ ଶ୍ୟାମ ବେହେରା, ଏଡଭୋକେଟ କୃଷ୍ଣ ଚନ୍ଦ୍ର ବେହେରା, ଗୋପାଳ ଚନ୍ଦ୍ର ବେହେରା, ଜଗନ୍ନାଥ ବେହେରା, ଜୟନ୍ତ ବେହେରା, ଜୟ ପ୍ରକାଶ ବେହେରା, ସୁଭାଷ ପର୍ଧିଆ, ସୁଶିଳ ପର୍ଧିଆ, ଉପ ସଭାନେତ୍ରୀ ନିରୁପମା ପର୍ଧିଆ, ମମତା ଦେହୁରୀ, କଳ୍ପନା ବେହେରା , ରିନା ନାଏକ, କରିଶ୍ମା ନାଏକ, ରାଧା ମାଧବ ନାଏକ, ବିଘ୍ନେ ସ୍ଵର ନାଏକ ପ୍ରମୂଖ ସଂଘ ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l
What's Your Reaction?