ବନ୍ଦେ ମାତରମକୁ ୧୫୦ ତମ ପୂର୍ତ୍ତି ଅବସରରେ ସାମୂହିକ ଗାନ କାର୍ଯ୍ୟକ୍ରମ
ସଇଁତଲା ଲୋକ ଆବାଜ. ଇନ(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)
ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କାର୍ଯାଳୟ ପରିସରରେ ମଙ୍ଗଳବାର ଜାତୀୟ ଗୀତ ବନ୍ଦେ ମାତରମ ୧୫୦ ତମ ପୂର୍ତ୍ତି ଅବସରରେ ସାମୂହିକ ଗାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଉକ୍ତ ଉତ୍ସବକୁ ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ସମ୍ମାନିତ ଅତିଥି ଭାବରେ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ କୁମାର ଯୋଶୀ, ବେଲଗାଁ କଲେଜର ଅଧ୍ୟାପକ କିଶୋର ଚନ୍ଦ୍ର ସାହୁ, ମାଷ୍ଟର ଟ୍ରେନର ତଥା ଶିକ୍ଷକ କମଳାକାନ୍ତ ବାଗ ଓ ବୁନ୍ଦାବନ ଭୋଇ ପ୍ରମୁଖ ଯୋଗଦାନ କରି ବନ୍ଦେ ମାତରମ ସାମୂହିକ ଗାନକୁ ଅତିଥିମାନେ ମନେ ପକାଇବା ସହ ଜାତୀୟ ଗର୍ବ ଓ ଏକତାର ଭାବନାକୁ ସୁଦୃଢ କରିଥିଲା l ପୂର୍ଵରୁ ଏସଏସଡି ବିଦ୍ୟାଳୟ ସଂଗୀତ ଶିକ୍ଷୟତ୍ରୀ କଳ୍ପନା ପାଣିଗ୍ରାହୀ ଓ ଆରଏସଡି ବିଦ୍ୟାଳୟ ସଂଗୀତ ଶିକ୍ଷକ ଧନେଶ୍ୱର ଦାସଙ୍କ ତତ୍ତ୍ୱବଧାନରେ ବିଭିନ୍ନ ପ୍ରକାର ସଂଗୀତ ଗାନ କରାଯାଇଥିଲା l
ଏହି ପରିପେକ୍ଷୀ ପୂର୍ଵରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରୀଛାତ୍ରମାନଙ୍କୁ ଅତିଥିମାନେ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ହିମାଂଶୁ ଶେଖର ବଛା ପରିଚାଳନା କରିଥିବା ବେଳେ ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ହୃଷିକେଶ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ଆଇସିଡିଏସ ସୁପରଭାଇଜର ପ୍ରଭାତ ନଳିନୀ ପଣ୍ଡା, ସେକ୍ସନ ଅଫିସର ପର୍ଶୁରାମ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, କ୍ୟାସିୟର ତରୁଣାକର ଧରୁଆ, ସରପଞ୍ଚ, ସମିତି ସଭ୍ୟ, ଏମବିକେ, ସିଆରବିସିଏମ, ଅଙ୍ଗେନୱାଡି କର୍ମୀ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ,ମହିଳା ଏସଏଚଜି ଗୋଷ୍ଠୀର ସଦସ୍ୟ ଓ ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
What's Your Reaction?