ଜୁନିଅର ରେଡକ୍ରସ ଶାଖା ଉଦ୍ଘାଟିତ

Oct 2, 2024 - 12:05
 0  76
ଜୁନିଅର ରେଡକ୍ରସ ଶାଖା ଉଦ୍ଘାଟିତ

କଳାହାଣ୍ଡି: ଲୋକ୍ ଆବାଜ.ଇନ୍( ବ୍ୟୁରୋ)

କଳାହାଣ୍ଡି ଜିଲ୍ଲା ମ,ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ଜୁନିଅର ରେଡକ୍ରସ ଶାଖା ଉଦ୍ଘାଟିତ ହୋଇ ଯାଇଛି । ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବ ରେ ପରିଚାଳନା କମିଟି ସମ୍ପାଦକ ରଜନୀକାନ୍ତ ମହାଖୁଡ,ଜୁନିଅର ରେଡକ୍ରସ ଅଫିସର କଳାହାଣ୍ଡି ନାରାୟଣ ପଧାନ, ଜୁନିଅର୍ ରେଡକ୍ରସ ସଂଯୋଜକ ନର୍ଲା ସୁଦାମ ମିଶ୍ର, ଜୁନିଅର୍ ରେଡକ୍ରସ ସଂଯୋଜକ କର୍ଲାମୁଣ୍ଡା ଅରବିନ୍ଦ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସର ରେ ଛାତ୍ର ଛାତ୍ରୀ ଙ୍କୁ ଜୁନିଅର୍ ରେଡକ୍ରସ ର ବିଭିନ୍ନ ଆଲୋଚନା କରିଥିଲେ । ରେଡ୍ କ୍ରସ ଶିକ୍ଷକ ଆଦର୍ଶ ସିଂ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow