ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାପାଳ .ଛାତ୍ରାବାସ ଉଦଘାଟନ ଓ ଭି ଏମ ଡି ସି ମିଟିଂ .ଛାତ୍ର ଛାତ୍ରୀଙ୍କ ସହିତ ବାର୍ତ୍ତାଳାପ .ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ
ନୂଆପଡ଼ା - ୬-୮ ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଶରାଜପୁରରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଭି ଏମ ଡି ସି ମିଟିଂ ଅନୁଷ୍ଠିତ ହେବା ସହ ଛାତ୍ରମାନଙ୍କ ସୁବିଧା ନିମନ୍ତେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଆଜି ଜିଲ୍ଲାପାଳଙ୍କ
କରକମଳରେ ଉଦଘାଟିତ ହୋଇଯାଇଛି ।ଶ୍ରୀଯୁକ୍ତ ଦାସ ଭି ଏମ ଡି ସି ରେ ସର୍ବ ପ୍ରଥମେ ଗତ ଶିକ୍ଷାବର୍ଷରେ ବିଦ୍ୟାଳୟର ଉତ୍ତମ ରେଜଲ୍ଟ ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଏବଂ ନିୟମିତ ଶିକ୍ଷାଦାନ କ୍ଷେତ୍ରରେ ବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଦିଗରେ ବିଭିନ୍ନ ପ୍ରକାର ଆଲୋଚନା କରିବା ସହିତ ବିଦ୍ୟାଳୟର ଅନ୍ୟାନ୍ୟ ବ୍ୟବସ୍ଥା ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରିଙ୍କ ପାଖରୁ ବୁଝିଥିଲେ ।
ବିଦ୍ୟାଳୟର ପ୍ରତିଟି ଆବଶ୍ୟକତାକୁ ପୂରଣ କରିବାକୁ ପ୍ରଶାସନ ପ୍ରୟାସ କରିଛି ଓ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।ଛାତ୍ର ଛାତ୍ରୀ ପ୍ରେମୀ ଜିଲ୍ଲାପାଳ କିଛି ସମୟ ଛାତ୍ର ଛାତ୍ରୀଙ୍କ ସହ ବସି ଉତ୍ତମ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକକ ବ୍ୟବହୃତ ପ୍ଲାଷ୍ଟିକର ଅପକାରିତା ଉପରେ ଆଲୋଚନା କରି ସିଙ୍ଗଲ ୟୁଜ ପ୍ଲାଷ୍ଟିକ ନିଷେଧ ଉପରେ ଶପଥ ପାଠ କରାଇ ନାରା ଓ ସ୍ଲୋଗାନ ଦେଇଥିଲେ ।ଛାତ୍ର ଛାତ୍ରୀଙ୍କ ଠାରୁ ସେମାନଙ୍କ ସମସ୍ୟା ବୁଝିଥିଲେ ।
ଭି ଏମ ଡି ସି ମିଟିଂରେ ବି ଡି ଓ ଚିନ୍ମୟ ସାଗର, ବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରି,ପୂର୍ତ୍ତ ଓ ନିର୍ମାଣ ବିଭାଗ ଏସ ଡି ଓ ଅମୋଘ ନାରାୟଣ ପଣ୍ଡା,ବି ଇ ଓ ଗୀତାରାଣୀ ଯୋଶୀ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ସଞ୍ଜୀବ କୁମାର ନାୟକ,ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପିକା ପ୍ରୀତି ସୁଧା ପଣ୍ଡା,ଯଦୁମଣି ବାରିକ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ପ୍ରତ୍ୟୁଷା ସଂଜୀବନୀ ନାଏକ ଓ ହେମାଙ୍ଗିନି ମାଝୀ ଜିଲ୍ଲାପାଳଙ୍କୁ ଡ୍ରଇଂ ଏବଂ ଡିଜାଇନର ଫଳକ ପ୍ରଦାନ କରି କାର୍ଯ୍ୟକ୍ରମକୁ ଆହୁରି ଆକୃଷ୍ଟ କରିବା ଦେଖିବାକୁ ମିଳିଥିଲା ।ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଲିଲି ପଟେଲ,ଯଦୁମଣି ବାରିକ,ମନୋଜ ବେହେରା,ସାଗର ମହାନ୍ତି,ସତ୍ୟ ପ୍ରକାଶ ଦଣ୍ଡସେନା,ଲକ୍ଷ୍ମଣ ବରିହା,ରାମଚନ୍ଦ୍ର ମାଝୀ,ପଙ୍କଜ ମାଝୀ,କ୍ଷେତ୍ର ମାଝୀ,ରମ୍ଭା ବେହେରା, କିଶନ କହ୍ନେୟା ପଟେଲ,ନରୋତ୍ତମ ବାଗ,ସୁନୀତା ସାହୁ,ପ୍ରେମ ଶିଳା ସା,ପ୍ରିୟଙ୍କା ପ୍ରିୟ ଦର୍ଶିନୀ ସାହୁ, ଏନ ଯାନ୍ନୀଫର ମିଚେଲ,ଅନ୍ୱେଷା ଯୋଶୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତାକୁ ଦ୍ଵିଗୁଣିତ କରିବାରେ ସହଯୋଗ କରିଥିଲେ।
What's Your Reaction?