ସୋନପୁର ବିବେକାନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନ :

ସୋନପୁର ବିବେକା ନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନ - ଦିବଂଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ ସୋନପୁର : ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)
ସୋନପୁର ବିବେକା ନନ୍ଦ ନଗର ଠାରେ ହୋଲି ଉତ୍ସବ , ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦିବଙ୍ଗତ ଆତ୍ମା ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ଏକ ନିଆରା ଢଙ୍ଗ ରେ ପାଳନ ହୋଇ ଯାଇଛି l ଦୀର୍ଘ ୧୯ ବର୍ଷ ଧରି ଖୁବ୍ ଧୁମ୍ ଧାମରେ ପାଳିତ ହୋଇ ଆସୁଥିବା ଏହି କାର୍ଯ୍ୟକ୍ରମ ରେ ଏହି କଲୋନୀ ର ସମସ୍ତ ପରିବାର ସଦସ୍ୟ ମିଶି ରଙ୍ଗ ଖେଳ ସହିତ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାମିଲ୍ ହୁଅନ୍ତି l ଆଜି ମଧ୍ୟ ରଙ୍ଗ ଖେଳ ସହିତ କଲୋନୀ ର ଛୋଟ ଛୋଟ ପିଲା ମାନଙ୍କୁ ଓ ଅଭିଭାବକ ଙ୍କୁ ନେଇ ସନ୍ଧ୍ୟା ରେ ନାଚ ଗୀତ ଓ ମ୍ୟୁଜିକ୍ ଚେଆର୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ପ୍ରଥମେ ବରିଷ୍ଠ ସଭ୍ୟ ସୁଧାଂଶୁ ମିଶ୍ର, ଡ଼ଃ ସୁଶୀଲ ପଧାନ, ପ୍ରାକ୍ତନ ପ୍ରଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହି ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ କୁ ଶୁଭାରମ୍ଭ କରଯାଇଥିଲା l କଲୋନୀ ର ଦିବଂଗତ ଆତ୍ମା ଙ୍କ ପ୍ରତି ସାମୁହିକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରଯାଇଥିଲା l କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଉଦ୍ଘୋଷିକା ସୁଶ୍ରୀ ଅଭିଜ୍ଞା ପଣ୍ଡା ଖୁବ୍ ସୁନ୍ଦର ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l କମିଟି ର ବରିଷ୍ଠ ସଦସ୍ୟ ମାନଙ୍କ ତତ୍ଵା ବଧାନ ରେ କାର୍ଯ୍ଯ କ୍ରମ କୁ ସଫଳ କରଯାଇଥିଲା l ପବିତ୍ର ନେଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ l
What's Your Reaction?






