ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର କରଙ୍ଗମାଳ ପଂଚାୟତ ରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ :

Mar 12, 2025 - 13:04
Mar 12, 2025 - 13:07
 0  5
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର କରଙ୍ଗମାଳ ପଂଚାୟତ ରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ :

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କରଙ୍ଗାମାଲ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ l 

ନୁଆପଡ଼ା: ଲୋକ୍ ଆଵାଜ୍. ଇନ୍ (ରାମନାଥ ପଣ୍ଡା)

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କରଙ୍ଗାମାଲ ପଞ୍ଚାୟତରେଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଡ଼ିଓ ସୁଶାନ୍ତ କୁମାର ରଣା, ତହସିଲଦାର ସରିତା ଗୁପ୍ତା, ସ୍ଥାନୀୟ ସରପଞ୍ଚ ରାମଲାଲ ପଣ୍ଡା, ରୋକାଲ ସରପଞ୍ଚ ଠାକୁର ବାଗ, ବାବେବିର ସରପଞ୍ଚ ଯୁଗେଶ୍ୱର ପାଣ୍ଡେ, ଲର୍କା ସରପଞ୍ଚ ଜୟଶ୍ରୀ ପଟେଲ୍ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ଏହି ପଞ୍ଚାୟତର ୩ ଗୋଟି ପରିବାର ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩୦୦ ଦିନରୁ ଅଧିକ ଶ୍ରମ ଦାନ କରି ଲକ୍ଷପତି ହୋଇଥିବାରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉପଢୌକନ ପୁଷ୍ପ ଗୁଚ୍ଛ ଓ କୋଦାଳ ଦେଇ କରତାଳି ମଧ୍ୟରେ ସମ୍ବର୍ଦ୍ଧିତ କରଯାଇଥିଲା l ଲେଶୁନପାଲି ଗାଁର ୧୩ ଜଣ ଆଦିବାସୀ ପରିବାରଙ୍କୁ ସେମାନେ କ୍ଷେତ ସଜାଇ ଥିବା ଜଙ୍ଗଲ ଜମିର ପଟ୍ଟା ବଣ୍ଟନ କରାଯାଇଥିଲା l 

  ସଭାରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ମହୁଲପଡା ସେବାଶ୍ରମ ଓ କରଙ୍ଗାମାଲ ସେବାଶ୍ରମର ଛାତ୍ରୀ ମାନେ ଦାଦନ ଶ୍ରମିକ ସଚେତନତା ପାଇଁ ନାଟିକା ଓ ନୃତ୍ୟ ପରିବେଷଣ କରିଥିଲେ। ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି ନିଜ ବକ୍ତବ୍ୟରେ ପ୍ରକାଶ କଲେ କି ଗାଁ ରେ ମଧ୍ୟ ଆମେ ରହି ଶ୍ରମଦାନ କରି ଏବେ ଜଣେ ଲକ୍ଷପତି ହୋଇ ପାରୁଛି,ଏହାସହିତ ଚାଷବାସ କରି ଜଣେ ସ୍ୱଚ୍ଛଳ ଜୀବନ ଯାପନ କରି ପାରିବ, କରଙ୍ଗାମାଳ ପଞ୍ଚାୟତକୁ ସମସ୍ତେ ମିଶି ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଶପଥ ନେବା ବୋଲି କହିଥିଲେ ।ଶେଷରେ

ସରପଂଚ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ଶହ ଶହ ସଂଖ୍ୟାରେ ମହିଳା ତଥା ଜନ ସାଧାରଣ ଯୋଗ ଦେଇଥିଲେ l

What's Your Reaction?

like

dislike

love

funny

angry

sad

wow