ଉର୍ଲାଦାନୀ ଠାରେ ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ମେଳା

କଳାହାଣ୍ଡି:ଲୋକ ଆବାଜ. ଇନ ବ୍ୟୁରୋ
ମ.ରାମପୁର ବ୍ଲକ ର ଉର୍ଲାଦାନୀ ଗ୍ରାମ ପଂଚାୟତ ରେ ସ୍ବେଛାସେବୀ ଅନୁଷ୍ଠାନ ସେବାଜଗତ ଦ୍ୱାରା ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଓଡିଶା ସହଯୋଗ ରେ ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ଦିବସ ପାଳନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ମ. ରାମପୁର କୃଷି ବିଭାଗ ର ଏଓ ଶ୍ରୀ ସୁବ୍ରତ କୁମାର ଭୋଇ, ୱାର୍ଡ ସଭ୍ୟା ଶ୍ରୀମତୀ ସରସ୍ବତୀ ମାଝୀ, ମିଶନ ଶକ୍ତି ସି ଆର ପି, କାରୁଣ୍ଡ କୃଷକ କମ୍ପାନୀ ଲିଃ ର ଏମ ଡି କମଲ ଧଙ୍ଗଡ଼ା ମାଝୀ, ସି ଇ ଓ ଗଣେଶ ନାଏକ ଓ ୬୦ ରୁ ଉର୍ଦ୍ଧ ମହିଳା ଗୋଷ୍ଠୀ ର ସଭ୍ୟା ସହିତ ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ l ଏଠାରେ କ୍ଷୁଦ୍ର ସଶ୍ୟ ଜନିତ ବିଭିର୍ନ ପ୍ରକାର ଖାଦ୍ୟ ର ଓ ପାରମ୍ପରିକ ଖାଦ୍ୟ ସଶ୍ୟ ପ୍ରଦର୍ଶନ କରିବା ସହ ଅଂଶଗ୍ରହଣକାରୀଙ୍କୁ ଖାଇବା କୁ ଦିଆଯାଇ ସରକାର ଙ୍କ ବ୍ୟବସ୍ଥା ଓ ଉପକାରିତା ବିଷୟରେ ଆଲୋଚନା କରାଯାଇଥିଲା l ଏହାକୁ ପ୍ରକଳ୍ପ ସଂଯୋଜକ ଟଙ୍କ ଧର ବଗର୍ତି ପରିଚାଳନା କରିଥିବା ବେଳେ ସୁମନ୍ତ ସା ଧନ୍ୟବାଦ ଅର୍ପଣ ଦେଇଥିଲେ ଯୋଗୀରାମ ମାଝୀ ସମସ୍ତ ଅନୁଷ୍ଠାନିକ ବ୍ୟବସ୍ଥା କରିଥିଲେ
What's Your Reaction?






