ହୀରକ ଜୟନ୍ତୀ ଉତ୍ସବ ପାଳନ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Oct 26, 2025 - 11:19
 0  18
ହୀରକ ଜୟନ୍ତୀ ଉତ୍ସବ ପାଳନ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର 

 ଶୁକ୍ରବାର ଦିନ ସନ୍ଧ୍ୟାରେ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ହୀରକ ଜୟନ୍ତୀ ସମାରୋହ ତଥା ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଣିଗ୍ରାହୀ ଜନ୍ମ ଶତ ବାର୍ଷିକୀ ଉତ୍ସବ ତା ୨୬.୧୦.୨୫ ତାରିଖ ରବିବାର ଦିନ ସନ୍ଧ୍ୟା ୬ ଘଣ୍ଟା ସମୟରେ କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ଉତ୍ସବ ରେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହଲିଙ୍ଗ ମୁଖ୍ୟ ଅତିଥି , ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି, ମାନ୍ୟବର ବିଧାୟକ ବଲାଙ୍ଗୀର ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂଦେଓ , ଜିଲ୍ଲାପାଳ ବଲାଙ୍ଗୀର, ଜିଲ୍ଲା ଶିକ୍ଷାଧିକାରୀ ବଲାଙ୍ଗୀର, ପୌରଧ୍ୟକ୍ଷା ବଲାଙ୍ଗୀର ସମ୍ମାନିତ ଅତିଥି ରୂପେ ଯୋଗ ଦେବାକୁ ସ୍ଥିର କରାଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ କମିଟି ର ଉପଦେଷ୍ଟା ଗୋପାଲଜୀ ପାଣିଗ୍ରାହୀ, ସଭାପତି ଡ଼. ଶ୍ରୀକାନ୍ତ ପାଣିଗ୍ରାହୀ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନରେନ୍ଦ୍ର ନାଥ ମିଶ୍ର, ଆଲୁମିନି ସଭାପତି ଆନନ୍ଦିନୀ ଦର୍ଜି SMC ସଭାପତି ଶ୍ରୀମତୀ ସନ୍ଧ୍ୟା ବିଶୋଇ, ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନ ରୁ ଧର୍ମବ୍ରତ ରଥ, ପ୍ରସନ୍ନ ମିଶ୍ର, କୃଷ୍ଣ ଚନ୍ଦ୍ର ମହାକୁର, ଡ଼. ସୁଶାନ୍ତ ପଣ୍ଡା, SMC କମିଟି, ଆଲୁମିନି କମିଟି, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ୨୬.୧୦.୨୫ ସକାଳ ୮ଟା ରୁ ୧୨ଘ. ପର୍ଯ୍ୟନ୍ତ ଏହି ଉପଲକ୍ଷେ ବରିଷ୍ଠ ଡ଼ାକ୍ତର ମାନଙ୍କ ଏଠାରେ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି। ଉତ୍ସବ ରେ ଭିଡ କୁ ଦୃଷ୍ଟି ରଖି ପୋଲିସ ପ୍ରଶାସନ ପକ୍ଷରୁ ଓ ଜୟନ୍ତୀ ଉତ୍ସବ କମିଟି ପକ୍ଷରୁ ଶାନ୍ତି ଶୃଂଖଳା ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୁଚନା ମିଳିଛି l

What's Your Reaction?

like

dislike

love

funny

angry

sad

wow