ହୁତୁହୁତୁ ହୋଇ ଜଳିଗଲା ଏକ ଘରୋଇ ବସ l କ୍ରୀଷ୍ଣା ନାମକ ବସ ରେ କୌଣସି କାରଣ ବଶତଃ ନିଆଁ ଲାଗି ଜଳିଗଲା ବସ l

Dec 21, 2024 - 20:29
 0  42
ହୁତୁହୁତୁ ହୋଇ ଜଳିଗଲା ଏକ ଘରୋଇ ବସ l  କ୍ରୀଷ୍ଣା ନାମକ ବସ ରେ କୌଣସି କାରଣ ବଶତଃ ନିଆଁ ଲାଗି ଜଳିଗଲା ବସ l

ବାଲିଗୁଡା ଥାନା ନିକଟରେ ଥିବା ଏକ ଗଳିରେ ପାର୍କିଂ ଅବସ୍ଥାରେ ଥିବା ବେଳେ ବସ ଟି ରେ ନିଆଁ ଲାଗି ଯାଇଥିଲା l ତେବେ କ୍ରୀଷ୍ଣା ବସ ଟି କୋଟଗଡ଼ ରୁ ଦାରିଙ୍ଗିବାଡ଼ି ଯାଉଥିବା ବେଳେ 3 ମାସ ହେବ ଅଫ ରୋଡ ରେ ବସ ଟି ରହିଥିବା ଗାଡି ମାଲିକ ଟୁକୁନା ଡାକୁଆ କହିଛନ୍ତି l ତେବେ ବସ ବାଲିଗୁଡା ଥାନା ପାଖ ଗଳିରେ ସବୁଦିନ ଭଳି ଠିଆ ହୋଇ ରହିଥିବା ବେଳେ ହଟାତ ହୁତୁହୁତୁ ହୋଇ ବସ ଟି ଜଳି ଯାଇଥିଲା l ବାଲିଗୁଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ କରିଛି l କେଉଁ କାରଣ ରୁ ବସ ରେ ନିଆଁ ଲାଗିଲା ଅସ୍ପଷ୍ଟ ରହିଛି l ତେବେ ନିଆଁ ଲାଗି ବସ ଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିବା ବେଳେ ବସ ରେ କୌଣସି ଲୋକ ନ ଥିବା ଜଣା ପଡିଛି l

What's Your Reaction?

like

dislike

love

funny

angry

sad

wow