ଦିବ୍ୟ ଊର୍ଯ୍ୟା ଯୋଗ ସେବା ସମିତି ପକ୍ଷରୁ ବିଶ୍ବ ଧ୍ୟାନ ଦିବସ ପାଳିତ ସୋନପୁର

Dec 21, 2024 - 20:23
 0  9
ଦିବ୍ୟ ଊର୍ଯ୍ୟା ଯୋଗ ସେବା ସମିତି ପକ୍ଷରୁ ବିଶ୍ବ ଧ୍ୟାନ ଦିବସ ପାଳିତ ସୋନପୁର

ସୋନପୁର : ଲୋକ ଆବାଜ୍.ଇନ୍(ମନୋରଞ୍ଜନ ତ୍ରୀପାଠୀ ଙ୍କ ରିପୋର୍ଟ)

 ମିଳିତ ଜାତିସଂଘ ତରଫରୁ ଅନୁମୋଦିତ ଡିସେମ୍ବର 21ତାରିଖ କୁ ବିଶ୍ବ ଧ୍ୟାନ ଦିବସ ରୂପେ ଅନୁମୋଦିତ କରିଛି । ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ସ୍ମାର୍ଟ ପାର୍କ ରେ ଦିବ୍ୟ ଊର୍ଯ୍ଯା ଯୋଗ ସେବା ସମିତି ତରଫରୁ ଧ୍ୟାନ ଦିବସ ପାଳନ କରାଯାଇଛି। ମାନସିକ ରୋଗ ଓ ଅବସାଦ ମୁକ୍ତ ଜୀବନରୁ ମୁକ୍ତି ପାଇବା ନିମନ୍ତେ ଧ୍ୟାନ ର ଆବଶ୍ୟକ ଜରୁରୀ ଅଟେ l ଯେପରି ବ୍ୟାୟାମ ଦ୍ବାରା ଦେହ ସୁସ୍ଥ ରହେ , ସେହିପରି ଧ୍ୟାନ ଦ୍ବାରା ଆତ୍ମl ର ପରମାତ୍ମl ଙ୍କ ସହିତ ସମ୍ପର୍କ ସହଜ ହୋଈ ଥାଏ ବୋଲି ଆଜିର ଅତିଥି ବ୍ରହ୍ମ କୁମାର ଦିଲୀପ କୁମାର ମତ ରଖିଛନ୍ତି । ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଙ୍କ ଏ ମହାନ୍ ପ୍ରଚେଷ୍ଟାରେ ଆଜି ସାରା ବିଶ୍ୱ ଧ୍ୟାନ ର ଆବଶ୍ୟକତା କୁ ଉପଲବ୍ଧି କରି ପାରିଛି ବୋଲି ୟୋଗାଚାର୍ଯ୍ୟ ମନୋଜ ପଣ୍ଡା କହିଛନ୍ତି । ଦିବ୍ୟଉର୍ଯ୍ୟା ସେବା ସମିତି ସଭାପତି ଗୋପାଳ ନେଗୀ ଓ ସଂପାଦକ ଶ୍ରିବନ୍ତ ମିଶ୍ର ବ୍ରହ୍ମ କୁମାର ଦିଲୀପ ଭାଈ ଙ୍କୁ ଫୁଲ ତୋଡା ଦେଈ ସ୍ଵାଗତ ସମ୍ବର୍ଧିତ କରିଥିଲେ । ଏହି ପ୍ରସାଦ କାର୍ଯ୍ୟକ୍ରମ ରେ ଯୋଗ ସମିତି ର ସମସ୍ତ ଯୋଗ ସାଧକ ଦୀର୍ଘ ସମୟ ଧରି ଧ୍ୟାନ ର ଅଭ୍ୟାସ କରି ଥିଲେ ।

What's Your Reaction?

like

dislike

love

funny

angry

sad

wow