୧୫ ବର୍ଷ ରୁ କମ୍ ଇଣ୍ଟର କ୍ଲବ୍ ଫୁଟବଲ୍ ଚାମ୍ପିଅନସିପ ପଞ୍ଚମ ଦିବସ ଖେଳ ରେ ...... ବିଜୟୀ

Apr 12, 2025 - 10:39
 0  3
୧୫ ବର୍ଷ ରୁ କମ୍ ଇଣ୍ଟର କ୍ଲବ୍ ଫୁଟବଲ୍ ଚାମ୍ପିଅନସିପ  ପଞ୍ଚମ ଦିବସ ଖେଳ  ରେ ...... ବିଜୟୀ

 ସୋନପୁର/ଲୋକ ଆବାଜ. ଇନ(ମନୋରଂଜନ ତ୍ରିପାଠୀ ଙ୍କ ରିପୋର୍ଟ୍ ) 

ସୋନପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚମ୍ପିଅନସିପ ୨୦୨୫ ର ପଞ୍ଚମ ଦିବସ ରେ ତିନି ଗୋଟି ମ୍ୟାଚ ଅନୁଷ୍ଟିତ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ଟର୍ଣ୍ଣlମେଣ୍ଟ କୁ  ଅତିଥି  ଭାବରେ ଜିଲ୍ଲା କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର , କ୍ରିଦା ସଂଘ ଉପଦେଷ୍ଟା ନନ୍ଦ କିଶୋର ତ୍ରୀପାଠୀ, କାଉଁନ ସିଲର ଗଙ୍ଗା ତରିଆ, ଭେଟରାନ ଫୁଟବଲ୍ ଖେଳାଳି ତ୍ରିଲୋଚନ ଷlଣ୍ଢ ଯୋଗ  ଦେଇ ମ୍ୟାଚ୍ କୁ ଉଦ୍ଘାଟନ କରି ଖେଳାଳୀ ଙ୍କୁ ପୁରସ୍କୃତ କରିଥିଲେ l ରେ ଜିଲ୍ଲା ର ସମସ୍ତ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବା ବେଳେ ଆଜି ର ପ୍ରଥମ ମ୍ୟାଚ୍ କଙ୍କାଳି ଏଫ୍ ସି ଜନ୍ମୁରା ଓ ରାମ ଧୂନ୍ କ୍ଲବ୍ (ଡି) ମଧ୍ୟରେ ଅନୁଷ୍ଟିତ ହୋଇ ଥିବା ବେଳେ ମା ଚର୍ଦ୍ଦେଇ କ୍ଲବ୍ ଚର୍ଦା  ଓ ରାମଜୀ କ୍ଳବ୍ ନିମ୍ନା ମଧ୍ୟରେ  ଦ୍ଵିତୀୟ ମ୍ୟାଚ , ନାରାୟଣ ପୁର ଓ ବି ଏମ୍ ପୁର ଇଲେ ଭେନ୍ ମଧ୍ୟ ରେ ତୃତୀୟ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା l ପ୍ରଥମ ମ୍ୟାଚ୍ ରେ  ଅମିମାଂସିତ ରହି ଥିବା ବେଳେ  ଦ୍ଵିତୀୟ ମ୍ୟାଚ୍ ରାମଜୀ କ୍ଲବ୍ ନିମ୍ନା 1-0 ଗୋଲ ରେ ଓ ତୃତୀୟ ମ୍ୟାଚ ନାରାୟଣ ପୁର ଦଳ 3-0   ଗୋଲ ରେ ବିଜୟୀ ହୋଇଛି l  ସମସ୍ତ ମ୍ୟାଚ କୁ ମୁଖ୍ୟ ରେଫରୀ ଭାବେ ଅନିଲ ଭୋଇ, ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ  ସହଯୋଗି  ରେଫରି ଭାବେ ପ୍ରଶାନ୍ତ ସେଠି, ନରେଶ ମାଝୀ 
 ଅନିଲ ଭୋଇ  ଅନିତା ମହାକୁଡ, ଖେଳ ପରି ଚାଳନା କରିଥିଲେ l ବିକାଶ ପଣ୍ଡା  ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ୱା ଵଧାନ ରେ ଅନୁଷ୍ଟିତ ଏହି ଖେଳ ରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ ଙ୍କ ସମେତ ଚନ୍ଦନ , ରଂଜୁ, ଅନିଲ, ଶିବ, ଚାହଦ, ରବି, ଚୈତ୍ୟନ୍ୟ, କିରଣ, ସଦା, ପୁରେନ, କଲିମ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow