୨୭ ବର୍ଷ ରେ ପଦାର୍ପଣ କଲା ରିଂଜା ଗଜଲକ୍ଷ୍ମୀ ପୂଜା.....

Oct 17, 2024 - 06:44
 0  47
୨୭ ବର୍ଷ ରେ ପଦାର୍ପଣ କଲା ରିଂଜା  ଗଜଲକ୍ଷ୍ମୀ ପୂଜା.....

କର୍ଲାମୁଣ୍ଡା୧୬/୧୦ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା (ବସ୍ତି) ଠାରେ ଗଜ ଲକ୍ଷ୍ମୀ ପୂଜା ପାଇଁ ବୁଧବାର କଳସ ଯାତ୍ରା ଆରମ୍ଭ ହୋଇଯାଇଛି।

ଏହି ଅବସରରେ ପୂଜା କମିଟି ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ମାନେ ନିକଟସ୍ଥ ଉତେଇ ନଦୀ ରୁ କଳସ ପାଣି ନେଇ ଶୋଭାଯାତ୍ରାରେ ଆସି ପୂଜା ମଣ୍ଡପ ଠାରେ ପହଞ୍ଚିଥିଲେ।ତେବେ ଗୁରୁବାର, ଶୁକ୍ରବାର ଓ ଶନିବାର ତିନି ଦିନ ବ୍ୟାପି ହେବାକୁ ଥିବା ପାରାୟଣ କାର୍ଯ୍ୟକ୍ରମ ରେ ବ୍ୟାସସନେ ବଲାଙ୍ଗୀର ଜିଲ୍ଲା ଦେଶେମୁଣ୍ଡା ର ଜ୍ୟୋଷ୍ନା ମୟୀ ଦୀକ୍ଷିତ, ସହ ଗାୟିକା ସୁଶ୍ରୀ ବର୍ଷା ରାଣୀ ବହିଦାର,ପୂଜକ ସୁଧାଂଶୁ ଷଡ଼ଙ୍ଗୀ ଓ ଯଜ୍ଞ କର୍ତ୍ତା ଭାବେ ତୁମ୍ବେଶ୍ୱର ସାହୁ,ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ସାହୁ ରହିଛନ୍ତି।

ଅନ୍ୟ ପଟେ ଏହି ଗଜଲକ୍ଷ୍ମୀ ପୂଜା ଟି ୨୭ ବର୍ଷ ରେ ପଦାର୍ପଣ କରୁଥିବା ରୁ ଗ୍ରାମ ବାସୀ ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।ପୂଜା ର ସୁ ପରିଚାଳନା ନିମନ୍ତେ ସଭାପତି ଭାବେ କିରଣ ଷଡ଼ଙ୍ଗୀ, ସମ୍ପାଦକ ତୁମ୍ବେଶ୍ୱର ସାହୁ ,ଉପସଭାପତି ରାତ୍ର ସାହୁ ,ସହ ସମ୍ପାଦକ ହେରାମ୍ବ ସାହୁ,କୋଷାଧ୍ୟକ୍ଷ ଶ୍ରୀକୃଷ୍ଣ ପୁଟେଲ ଙ୍କ ସମେତ ରିଂଜା ଗ୍ରାମ ବାସୀ ମାନେ ନେତୃତ୍ବ ନେଉଛନ୍ତି। 

What's Your Reaction?

like

dislike

love

funny

angry

sad

wow