ଫ୍ୟାସନ ସୋ ରେ ଚମକିଲେ କୁନି ଝିଅ ଆଞ୍ଜେଲ, କନ୍ଧମାଳ ର ଗର୍ବ ଓ ଗୌରବ

ବାଲିଗୁଡା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଫ୍ୟାସନ ଶୋ ରେ ଚମକିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ର ସୁନା ଝିଅ ଆଞ୍ଜେଲ ମହାନ୍ତି l ଭୁବନେଶ୍ୱର ରେ ଆୟୋଜିତ ଏକ ଫ୍ୟାସନ ଶୋ ରେ ନିଜ ଜଲବା ଦେଖାଇ ଏହି ସଫଳତା ସାଉଁଟିଛନ୍ତି ଆଞ୍ଜେଲ l
ରେମ୍ପ ରେ ଚାଲି ଫ୍ୟାସନ ର ଯାଦୁ ଦେଖେଇବା ସହ ନିଜ ଅନ୍ତର୍ନିହିତ ପ୍ରତିଭା ର ପ୍ରତିପାଦନ କରି ପାରିଛନ୍ତି ଆଞ୍ଜେଲ l ଫ୍ୟାସନ ଦୁନିଆ ର ଲୋକପ୍ରିୟ ଫ୍ୟାସନ ଶୋ ନୟନତାରା ସିଜନ 5 ର ଗ୍ରାଣ୍ଡ ଫିନାଲେ ରେ ନିଜ ଫ୍ୟାସନ ର ଜଲୱା ଦେଖାଇଛନ୍ତି ବାଲିଗୁଡା ର ଏହି ସୁନା ଝିଅ ଆଞ୍ଜେଲ l କିଡ଼ସ କ୍ୟାଟୋଗୋରି ରୁ ଗ୍ରାଣ୍ଡ ଫିନାଲେ ରେ କିଡ଼ସ ଇଣ୍ଡିଆ ନୟନତାରା ରେ ଫାଷ୍ଟ ରନର୍ସ ଅପ ର ବିଜେତା ହୋଇଛନ୍ତି ବାଲିଗୁଡା ର ଏହି ସୁନା ଝିଅ ଆଞ୍ଜେଲ l ନୟନତାରା ସିଜନ 5 ର ଗ୍ରାଣ୍ଡ ଫିନାଲେ 2024 ରେ ଫାଷ୍ଟ ରନର୍ସ ଅପ ର ବିଜେତା ମୁକୁଟ ପିନ୍ଧି ବାଲିଗୁଡା ସହର ତଥା କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଆଞ୍ଜେଲ l ଏଥିସହ କନ୍ଧମାଳ ଜିଲ୍ଲା ରୁ ଫ୍ୟାସନ ଶୋ ରେ ପ୍ରତିନିଧିତ୍ୱ କରି ଏପରି ସଫଳତା ପାଇବା ରେ ମଧ୍ୟ ଆଞ୍ଜେଲ ପ୍ରଥମ l ଯେଉଁଥିପାଇଁ ଆଞ୍ଜେଲ ଙ୍କ ଏହି ସଫଳତା ପରେ ଏବେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି l ଭୁବନେଶ୍ୱର ପଦ୍ମଜା ପ୍ରିମିୟମ ରେ ଅନୁଷ୍ଠିତ ହୋଇଥିଲା ନୟନତାରା ସିଜନ 5 ର ଗ୍ରାଣ୍ଡ ଫିନାଲେ l ଏଥିରେ ଭାଗ ନେଇଥିବା 450 ଜଣ ପ୍ରତିଯୋଗୀ ଙ୍କ ମଧ୍ୟରୁ 20 ପ୍ରତିଯୋଗୀ ଗ୍ରାଣ୍ଡ ଫିନାଲେ ରାଉଣ୍ଡ କୁ ଉତୀର୍ଣ୍ଣ ହୋଇଥିଲେ l ଡ୍ୟାନ୍ସ, ଯୋଗ, ଅଭିନୟ ରେ ନିଜ ଦକ୍ଷତା ପ୍ରତିପାଦନ କରିବା ସାଙ୍ଗକୁ ବିଭିନ୍ନ ଡିଜାଇନ ର ପୋଷାକ ସହ ରାମ୍ପ ରେ ଚାଲିବାକୁ ପଡିଥିଲା ପ୍ରତ୍ୟକ ପ୍ରତିଯୋଗୀ ଙ୍କୁ l ଶେଷରେ ନିଜ ଟ୍ୟାଲେଣ୍ଟ ର ଜଲୱା ଦେଖାଇ ଗ୍ରାଣ୍ଡ ଫିନାଲେ ରେ ଫାର୍ଷ୍ଟ ରନର୍ସ ଅପ ର ଟାଇଟେଲ ପିନ୍ଧିଛନ୍ତି ଆଞ୍ଜେଲ l ବାଲିଗୁଡା ସହର ର ରେଙ୍ଗଟି ସାହି ର ଅନିଲ ମହାନ୍ତି ଓ ମା ନିତୁନ ମହାନ୍ତି ଙ୍କ ଝିଅ ଆଞ୍ଜେଲ l ଆଞ୍ଜେଲ ଛୋଟ ବେଳୁ ଓଡିଶୀ ନୃତ୍ୟ ସାଙ୍ଗକୁ ଗୀତ ଗାଇବା ସହ ମନାକ୍ସନ ରେ ମଧ୍ୟ ଅନେକ ସଫଳତା ପାଇଛନ୍ତି l ଏଥିସହ ଆଞ୍ଜେଲ ଜଣେ ମେଧାବୀ ଛାତ୍ରୀ ମଧ୍ୟ ଅଟନ୍ତି l ତେବେ ନାଚ ଗୀତ ସାଙ୍ଗକୁ ଫ୍ୟାସନ ଶୋ ରେ ବାଲିଗୁଡା ଠାରୁ ଆରମ୍ଭ କରି କନ୍ଧମାଳ ଜିଲ୍ଲା ଓ ଜିଲ୍ଲା ବାହାରେ ଅଂଶ ଗ୍ରହଣ କରି 50 ରୁ ଉର୍ଦ୍ଧ ଟ୍ରଫି ସହ ସଫଳତା ମଧ୍ୟ ହାସଲ କରିଛନ୍ତି l
ଆଗକୁ ବଡ଼ ହୋଇ ଫ୍ୟାସନ ଦୁନିଆ ରେ ପାଦ ଥାପି ନିଜ ଦେଶ ପାଇଁ ପ୍ରତିନିଧିତ୍ୱ କରିବାକୁ ଲକ୍ଷ ରଖିଛନ୍ତି ଆଞ୍ଜେଲ l ତେବେ ଆଞ୍ଜେଲ ଙ୍କ ସଫଳତା ପାଇଁ ସେ ତାଙ୍କ ପିତା ମାତା ସାଙ୍ଗକୁ ପବିବାର ର ଲୋକଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି l ଆଞ୍ଜେଲ ଙ୍କ ଉଜ୍ୱଳ ଭବିଷ୍ୟତ ସାଙ୍ଗକୁ ଲକ୍ଷ୍ୟ ସ୍ଥଳ ରେ ପହଂଚିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ଆଞ୍ଜେଲ ଙ୍କ ପିତା ମାତା କହିଛନ୍ତି l
What's Your Reaction?






