୭କୁଇଣ୍ଟାଲ ୪୫କେଜି ଗଂଜେଇ ଜବତ, ମାଫିଆ ଫେରା

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ପୁଲିସ ଏକ ଗଞ୍ଜେଇ ଚୋରା ଚାଲାଣ କୁ ରୋକିବା ସହ ବ୍ୟାପକ ଗଞ୍ଜେଇ ଜବତ କରିଥିବା ଜଣା ପଡ଼ିଛି | ୭ କୁଇଣ୍ଟାଲ ୪୫ କେଜି ଗଂଜେଇ ଜବତ କରିଥିବା ବେଳେ ଚାଲାଣକାରି ପୁଲିସ କୁ ଦେଖି ଘଟଣା ସ୍ଥଳରୁ ଫେରାର ମାରି ଥିବା ଜଣା ପଡିଛି | ସୂଚନା ମତେ କଣ୍ଟାମାଳ ଥାନା ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଥାନା ଅନ୍ତର୍ଗତ ବିରାମୁଣ୍ଡା ଗ୍ରାମ ନିକଟସ୍ଥ ଜଙ୍ଗଲ ନିକଟରେ ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କଣ୍ଟାମାଳ ପୁଲିସ ର ଏକ ଟିମ ଚଢ଼ାଉ କରି ବ୍ୟାପକ ଗଂଜେଇ ଜବତ କରିଥିବା ବେଳେ ଚାଲାଣକାରି ଘଟଣା ସ୍ଥଳରୁ ଫେରାର ମାରିଥିଲେ |
କଣ୍ଟାମାଳ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ଜଙ୍ଗଲରେ ଚଢାଉ କରି ଗଞ୍ଜେଇ ଜବତ୍ କରି ଥାନାକୁ ଆଣିଥିଲେ | ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନା ରେ ୧୮୫/୨୦୨୪ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ଥିବା କଣ୍ଟାମାଳ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ସେହିପରି |କଣ୍ଟାମାଲ ପୁଲିସ ପକ୍ଷରୁ ଏକ କାର ରୁ ବିପୁଳ ପରିମାଣ ର ଗଂଜେଇ ସହ କାର ଜବତକରିଛି I
କୌଣସି ସୂତ୍ର ରୁ କଣ୍ଟାମାଲ. ପୁଲିସ ଏକ ନାଲି ରଙ୍ଗ ର କାର ରେ ଗଂଜେଇ ଚାଲାଣ ଖବର ପାଇକଣ୍ଟାମାଳ ତହସିଲଛକ ଠାରେ ଉକ୍ତ ଗାଡି କୁ ଯାଞ୍ଜ ବେଳେ 22kg ଗଂଜେଇ ବାହାରି ଥିଲା ଫଳରେ ଗାଡି ଗଂଜେଇ ଜବତକରି ଅଧିକ ତଦନ୍ତ ଚାଲିଥିବା କଣ୍ଟାମାଲ ପୁଲିସ ସୂଚନା ଦେଇଛନ୍ତି I
What's Your Reaction?






