ଅଖିଳ ଭାରତୀୟ ଅଧିଭକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ସୁବର୍ଣ୍ଣପୁର :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ଅଖିଳ ଭାରତୀୟ ଅଧିଭକ୍ତା ପରିଷଦ ସୁବର୍ଣ୍ଣପୁର ଶାଖା ପକ୍ଷରୁ ୭୫ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିବାବେଳେ ଫୁଲବାଣୀ ର ବରିଷ୍ଠ ଓକିଲ ଭି ଭି ରାମଦାସ ଓ ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଅଧିବକ୍ତା ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଏଡଭୋକେଟ ଶ୍ରୀକାନ୍ତ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ l
ଏଡଭୋକେଟ ବଳଦେବ ପ୍ରଧାନ ଙ୍କ ତତ୍ତ୍ଵl ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଶାଖାର ସମସ୍ତ କର୍ମକର୍ତ୍ତାଙ୍କ ସହ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ ଓ ସମ୍ବିଧାନ ପ୍ରଣେତାଙ୍କ ସ୍ମୃତିଚାରଣ କରି ସମ୍ବିଧାନ ବିଷୟରେ ଆଲୋଚନା କରିଥିଲେ । ଆମ ସମ୍ବିଧାନ ପାଇଁ ଆମେ ଗର୍ବିତ ହେବା ବୋଲି ଅତିଥିମାନେ ମତ ଦେଇଥିଲେ । ଏଡଭୋକେଟ ରଶ୍ମି ରଂଜନ ଦାଶ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
What's Your Reaction?






