ଅଙ୍ଗଦାନ ପାଇଁ କେନ୍ଦ୍ର ସରକାରଙ୍କ ସହିତ ଚୁକ୍ତିନାମା ସ୍ୱ।କ୍ଷର କଲେ କନ୍ଧମାଳ ଜିଲ୍ଲାର ଯୁବ ସମାଜ ସେବୀ ବୁଲୁ ମଲିକ

Aug 29, 2024 - 18:49
 0  211
ଅଙ୍ଗଦାନ ପାଇଁ କେନ୍ଦ୍ର ସରକାରଙ୍କ ସହିତ ଚୁକ୍ତିନାମା ସ୍ୱ।କ୍ଷର କଲେ କନ୍ଧମାଳ ଜିଲ୍ଲାର ଯୁବ ସମାଜ ସେବୀ ବୁଲୁ ମଲିକ

ବାଲିଗୁଡ଼ା - ଲୋକ୍ ଆବାଜ୍. ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
ଆମ ସମାଜରେ ଅନେକ ପ୍ରତିଭା ଅଛନ୍ତି  ସେମାନେ ସେବା ତ୍ୟାଗ ଅନନ୍ୟ ଆଦର୍ଶ ଉଚ୍ଚ ବିଚାର ଆଦି ଅନେକ ଶୋଭାନୀୟ ମହାଗୁଣର ଅଧିକାରୀ ।,ଆଉ ସେମାନେ ସମାଜର ସମ୍ମାନିତ ବ୍ୟକ୍ତିତ୍ୱ ହୋଇଥାନ୍ତି। ୨୦୦୦ ମସିହାରେ ହଠାତ ବାପାଙ୍କ ମୃତ୍ୟୁ ପରେ ବୁଲୁଙ୍କ ଉପରେ ପରିବାର ବୋଝ ପଡିଥିଲା କିନ୍ତୁ ତୁଳସୀ ଦୁଇ ପତ୍ରର ବାସିଲା ପରି ବୁଲୁ ଛାତ୍ର ଜୀବନରୁ ହିଁ ନିଜ ସାଙ୍ଗ ସାଥୀଙ୍କୁ ଏକାଠି କରି ଅସହାୟ ଦିନ  ଦୁଃଖୀଙ୍କ ସାହାର୍ଯ୍ୟ କରିଆସୁଛନ୍ତି।ନିଜେ ଜଣେ ନିୟମିତ ରକ୍ତଦାତା ସହିତ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିବା ,ଗରିବ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ,ବୃକ୍ଷ ରୋପଣ, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବିଶ୍ୱ ମହାମାରୀ କୋରନା ସମୟରେ ମଧ୍ୟ ନିଜସ୍ୱ ପଇସାରେ ଉପାନ୍ତ ଅଞ୍ଚଳରେ ଥିବା ଜନଜାତିଙ୍କୁ ସଚେତନତା ସହିତ ମାସ୍କ, ସାନିଟାରୀ, ଶୁଖିଲା ଖାଦ୍ୟ ଯୋଗାଇ ଦେଇ ବେଶ ଚର୍ଚିତ ହୋଇଛନ୍ତି ନିଜ ଜିଲ୍ଲାରେ। ପେସାରେ ନିଜେ ଜଣେ ଶିକ୍ଷକ ହେଲେ ନିଶା ହେଉଛି ସମାଜ ସେବା କରିବା ପୁଣି ଥରେ କିଛି ଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଲାୟକୁ ବୁଲୁ ଅଙ୍ଗଦାନ ପାଇଁ ଆବେଦନ କରିଥିଲେ। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ସ୍ୱେଚ୍ଛାକୃତ ଅଙ୍ଗଦାନ କରିବା ପାଇଁ ପ୍ରମାଣ ପତ୍ର ପ୍ରଦାନ କରିଛି।ବୁଲୁ କହିଛନ୍ତି ଭଗବାନ ଦେଇଥିବା ଦୁର୍ଲଭ ମଣିଷ ଜନମ ସୁନ୍ଦର ଉପହାର ଯେ  ତାଙ୍କ ଶରୀର ଅଙ୍ଗ ଆଉ କାହା ଶରୀରରେ  ଲାଗିଲେ ସେ ଆତ୍ମ ସନ୍ତୋଷ ଅନୁଭବ କରିବେ ତାଙ୍କର ମାନବ ଜନମ ସାର୍ଥକ ହେବ ତେଣୁ ସେ ଖୁସି ମନରେ ସ୍ବଇଚ୍ଛାରେ ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ବୁଲୁ ଜଣେ ନିଷ୍କପଟ ପରୋପକାରୀ ଦିନ ଦୁଃଖୀ ଙ୍କ ଦରଦୀ ମଣିଷ l ମଣିଷ ପରି ମଣିଷ ଟିଏ ଅନ୍ୟର ଦୁଃଖ ବିପଦ ଆପଦ ସମୟରେ ସହଯୋଗର ହାତ ବଡାଇ ସାହାର୍ଯ୍ୟ କରନ୍ତି । ଯାହାରି ଫଳରେ କନ୍ଧମାଳ ଜିଲ୍ଲାରେ ହଜାର ହଜାର ଯୁବକଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବୁଲୁ ମଲିକ ।ଏହି ମହତ୍ୱ କାର୍ଯ୍ୟର ଖବର ସାମାଜିକ ଗଣ ମାଧ୍ୟମ ରେ ପ୍ରସାରଣ ପରେ କନ୍ଧମାଳ ଜିଲ୍ଲାର ଅନେକ ବରିଷ୍ଠ ,ବ୍ୟକ୍ତି, ବୁଦ୍ଧିଜୀବୀ ବୁଲୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

What's Your Reaction?

like

dislike

love

funny

angry

sad

wow