ଅତିଥି ଭାବେ ଯୋଗଦେଲେ ବିଧାୟକଙ୍କ ପରିବାର

Jan 31, 2026 - 20:46
 0  16
ଅତିଥି ଭାବେ ଯୋଗଦେଲେ ବିଧାୟକଙ୍କ ପରିବାର

ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)

ଭାରତୀୟ ମଜଦୂର ସଂଘ ନୂଆପଡ଼ା ଜିଲ୍ଲା ଶାଖା ତରଫରୁ ଆଜି ଜିଲ୍ଲା ସଭାପତି ପ୍ରଦୀପ କୁମାର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲୋକ ପ୍ରିୟ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାଜୁ ଭାଇ ଢୋଲକିଆଙ୍କ ସହଧର୍ମିଣୀ ତଥା ନୂଆପଡ଼ା ବିଧାୟକ ଜୟ ଢୋଲକିଆଙ୍କ ପୂଜ୍ୟ ମାଁ କଳ୍ପନା ଢୋଲକିଆ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ତାଙ୍କ ସହିତ ବିଧାୟକଙ୍କ ପତ୍ନୀ ସୁମନ ଢୋଲକିଆ ଓ ଉପଦେଷ୍ଟା ଉତ୍କଳ ଯାଦବ ମହାସଭା ଓଡ଼ିଶା ତଥା ନୂଆପଡ଼ା ବିଧାୟକଙ୍କ ପର୍ଶନାଲ ଆସିଷ୍ଟାଣ୍ଟ ରାମଲାଲ ହଂସ,ବିଶିଷ୍ଟ ଅତିଥି ଭାବରେ ବି ଏମ ଏସ ରାଜ୍ୟ ପ୍ରଭାରୀ ଡ ବିରଞ୍ଚି ନାରାୟଣ ପଣ୍ଡା,ଜିଲ୍ଲା ପ୍ରଭାରୀ ବିଶ୍ଵ ରଞ୍ଜନ ସାହା,କଳାହାଣ୍ଡି ହେମାଳି ସଂଘ୍ ଜିଲ୍ଲା ସଭାପତି ରାଧା କାନ୍ତ ବେହେରା,ଜିଲ୍ଲା ସମ୍ପାଦକ ବାବୁଲାଲ ମାଝୀ,ଶ୍ରମିକ ନେତା ଭକ୍ତ ବନ୍ଧୁ ଧରୁଆ,ପୂର୍ବତନ ଜିଲ୍ଲା ସଭାପତି ସୁକ ଦେଓ ସାହୁ,ଜିଲ୍ଲା ମେଡିଆ ସେଲ ରାମନାଥ ପଣ୍ଡା,କାର୍ଯ୍ୟକାରୀ ସଭାପତି ଯଯାତି ମେହେର ପ୍ରମୁଖ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ପଣ୍ଡାଙ୍କ ସେବା ପ୍ରତି ଥିବା ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।ଉଭୟ ରାଜ୍ୟ ପ୍ରଭାରୀ ଓ ଜିଲ୍ଲା ପ୍ରଭାରୀ ଶ୍ରମିକ ମାନଙ୍କ କେଉଁ ସବୁ କାର୍ଯ୍ୟ କରିବାକୁ ହେବ ତାହା ବିସ୍ତୃତ ଭାବରେ ବୁଝାଇଥିଲେ ।ଧାନ ମଣ୍ଡି ହେଉ ଅବା କୃଷି କ୍ଷେତ୍ରରେ ଶ୍ରମିକ ଯେଉଁଭଳି ଭାବରେ ଅବହେଳିତ ତାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ହେମାଲି ମାନଙ୍କୁ ଉଦବୋଧନ ଦେଇ ଉଚିତ୍ ପ୍ରାପ୍ୟ ଓ ବକେୟା ଅର୍ଥ କେମିତି ପାଇ ପାରିବା ତାହାରି ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟ କରୁଥିବା ହେମାଳ ମାନେ ଯୋଗଦାନ କରିଥିଲେ ।ନିଜ ଅଧିକାର ପାଇଁ କେମିତି ଲଢ଼ିବାକୁ ପଡ଼ିବ ସେସବୁ ଆଲୋଚନା କରି ଅତିଥି ମାନେ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ । ପୁରୀରେ ହେବାକୁ ଥିବା ଆସନ୍ତା ଫେବୃଆରୀ ମାସର କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରାଯାଇ କେତେ ସଂଖ୍ୟାରେ ଯୋଗଦାନ କରି ପାରିବା ତାହା ସ୍ଥିର କରାଗଲା ।

What's Your Reaction?

like

dislike

love

funny

angry

sad

wow