ଆଠଦିନ ହେଲା ଅନ୍ଧାରରେ ୬୫ ପରିବା

କଣ୍ଟାମାଳ:ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ସୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ମନୋହରପୁର ଗ୍ରାମର ୬୫ ପରିବାର ଗତ ଆଠ ଦିନ ହେଲା ବିଦ୍ୟୁତ୍ ନ ଥିବାରୁ ଅନ୍ଧାରରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାରୁ ଗତ ଆଠ ଦିନ ହେବ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି । ଫଳରେ ଆଠ ଦିନ ହେବ ବିଦ୍ୟୁତ୍ ନ ଥିବାରୁ ଗ୍ରାମବାସୀଅସୁବିଧା ପାଉ ଛନ୍ତି l ଏହି ଗାଁରେ ଥିବା ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ଅସୁବିଧା ହେଉଥିବା ବେଳେ ମଶାମାଛି ପାଇଁ ଲୋକେ ରାତିରେ ଶୋଇପାରୁ ନାହାନ୍ତି । ଏପରିକି ବର୍ଷା ଦିନ ଥିବାରୁ ରାତିରେ ସାପ ଜାତୀୟ ସରୀସୃପ ଜୀବ ମାନଙ୍କର ମଧ୍ୟ ପ୍ରାଦୁର୍ଭାବ ମଧ୍ୟ ଦେଖିବାକୁ ମିଳୁଛି । ଅନ୍ୟପଟେ ମଶା କାମୁଡିବା ଯୋଗୁଁ ଅନେକ ଲୋକ ଜ୍ଵର, ମେଲେରିଆରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ନୂତନ ଟ୍ରାନ୍ସଫାର୍ମରର ଲଗାଇବା ପାଇଁ ପଡ଼ାବାସି ଅନେକ ଥର ବିଦ୍ୟୁତ୍ କାର୍ଯ୍ୟାଳୟକୁ ଦୌଡ଼ି ଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନଥିବା ଗ୍ରାମବାସୀ କହିଛନ୍ତି। ଅଭିଯୋଗ କଲେ ଆଜି କାଲି ଦିଆଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ହେଲେ ପ୍ରତିଶ୍ରୁତି ଅନୁସାରେ କାମ କରୁ ନାହାନ୍ତି। ତୁରନ୍ତ ଏହି ଗ୍ରାମକୁ ନୂତନ ଟ୍ରାନ୍ସଫର୍ମର ଲଗାଇ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।ଏସମ୍ପର୍କରେ ମନମୁଣ୍ଡା ସ୍ଥିତ ଉପଖଣ୍ଡ ଅଧିକାରୀ ଡିଲେଶ୍ୱର ଆଚାର୍ଯ୍ୟଙ୍କୁ ପଚାରିବାରୁ ଉକ୍ତ ଗ୍ରାମକୁ ଅତିଶୀଘ୍ର ଟ୍ରାନ୍ସଫର୍ମର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
What's Your Reaction?






