ଆଦିବାସୀଙ୍କ ଧରଣୀ ପେନୁ ଯାତ୍ରା ଆରମ୍ଭ  ...

Jan 31, 2026 - 20:39
 0  104
ଆଦିବାସୀଙ୍କ ଧରଣୀ ପେନୁ ଯାତ୍ରା ଆରମ୍ଭ  ...
ଆଦିବାସୀଙ୍କ ଧରଣୀ ପେନୁ ଯାତ୍ରା ଆରମ୍ଭ  ...

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାର ବାଲିଗୁଡା ଉପଖଣ୍ଡ ରେ  ଧରଣୀ ପେନୁ  ଯାତ୍ରା  ବା  ମାଟି ଦେବତାର  ପୂଜା କାର୍ଯ୍ୟ  ଆରମ୍ଭ ହୋଇ ଯାଇଛି  l ବାଲିଗୁଡା ଉପଖଣ୍ଡର  କ ନୂଆଗାଁ ବ୍ଲକ ମହାସିଙ୍ଗ  ଅଂଚଳରେ ପ୍ରଥମେ ହେବାର ପରମ୍ପରା ରହିଛି l  ମହାସିଙ୍ଗର  ବଲମର ପଦର ଗାଁ ରେ  ଏହି ଯାତ୍ରା ଆରମ୍ଭ ହୋଇଛି ପରେ ପରେ ରେବିଙ୍ଗିଆ ବାରଖମା ସିନ୍ଦ୍ରୀଗାଁ କୁଟିକିଆ ରୁତୁଙ୍ଗିଆ ବୁଡ଼ରୁକିଆ ଅଞ୍ଚଳରେ ଯାତ୍ରା ଧୁମ ଧାମରେ  ହେବ ବୋଲି ଜଣାପଡିଛି l ଯାତ୍ରାର ପ୍ରସ୍ତୁତି ଏକ ମାସ ପୂର୍ବରୁ ହୋଇଥାଏ  ନିର୍ଜଳା ଉପବାସ ଓ ଏକାଗ୍ରତା ସହ ଜଙ୍ଗଲରୁ  ସଂଗୃହିତ ଗଛକୁ  ପୂଜାର୍ଚନାକରି ଅଣାଯାଏ  ଏବଂ ଧରଣୀ ଖମ୍ବ ପ୍ରସ୍ତୁତ ହୁଏ l ଯାତ୍ରା ପୂର୍ଵ ଦିନ ରଙ୍ଗୀନ କପଡା ବାଉଁଶ କାଠରେ  ସୁ ସଜ୍ଜିତ ଛତର ପ୍ରସ୍ତୁତ ହୁଏ l ଗାଁ ମୁଖିଆ ତଥା ପୂଜକଙ୍କ ବାରଣ୍ଡା ବା ଯାକେରିରେ ପୋତାହୁଏ l ପୋଢ଼କୁ ତେଲ ହଳଦୀ ଓ ଶୀତଳ ଜଳରେ ଗାଧୋଇ ଦିଆଯାଏ l ଗ୍ରାମବାସୀଙ୍କ ପ୍ରତ୍ୟେକ ଘରୁ  ଚାଉଳରେ ପ୍ରସ୍ତୁତ ପିଠା ଖାଇବାକୁ ଦିଆଯାଇ ଖମ୍ବରେ ବନ୍ଧାହୁଏ l ପୋଢ଼କୁ ବନ୍ଧାଯାଇଥିବା ଚାରିପାଖରେ କାଦୁଅ କରାଯାଏ ଳ ମୁଖ୍ୟ ପୂଜକ ପୂଜାର୍ଚନା କରି ଭାର୍ଡିପଦା ବା ଭାର୍ଡି ଦେବୀଙ୍କ ନିକଟରେ ବଳୀଦେବା ପ୍ରଥା କେଉଁ ଆବାହନ କାଳରୁ ଅଦ୍ୟାବଧି ରହିଛି l ବାଲିଗୁଡା ଉପଖଣ୍ଡ ଟି ସାନ ଖେମୁଣ୍ଡିଅଂଚଳ ହୋଇଥିବାରୁ ପ୍ରତ୍ୟେକ ବର୍ଷ  ଫଗୁଣ ମାସରେ ଆଦିବାସୀ ପାରମ୍ପରିକ ରୀତିନୀତି ରେ ହୋଇଥାଏ l ଅଣ ଆଦିବାସୀ ମଧ୍ୟ ଏହି ଯାତ୍ରାରେ ସାମିଲ ହୁଅନ୍ତି ଏବଂ ମିଳିମିଶି ଧୁମ ଧାମରେ ଯାତ୍ରା ପାଳନ୍ତି l ବାଲିଗୁଡା ଅଂଚଳରେ ହେଉଥିବା ପୋଢ଼ ବଳୀକୁ ମେରିଆ ପୋଢ଼ଯାତ୍ରା ବି କୁହାଯାଏ l ବାଲିଗୁଡା ଉପଖଣ୍ଡ ମେରିଆ ଅଞ୍ଚଳ ହୋଇଥିବା ରୁ ବାଲିଗୁଡା ବୁଡ଼ାଗୁଡା ପୁସଙ୍ଗିଆ ସିନ୍ଦ୍ରୀଗାଁ ବେଲଘର ସୁଡ୍ରା ରେବିଙ୍ଗିଆ ଅଞ୍ଚଳରେ ହେଉଥିବା ଯାତ୍ରାକୁ ମେରିଆ ପୋଢଯାତ୍ରା କୁହାଯାଏ l ମହାସିଙ୍ଗ ଗଡ଼ରେ ପ୍ରଥମେ ଯାତ୍ରା ହେଲାପରେ ଅନ୍ୟ ଅଞ୍ଚଳରେ ଯାତ୍ରା ହେବା ର ଵିଧି ରହିଛି ଏକ ମାସଧରି କାତୁଲ ମଦ ଓ ମହୁଲି ମଦ ସେବନକରି ନିଶାରେ  ମସଗୁଲ ହୋଇ  ଉଭୟ ଯୁବକ ଯୁବତୀ, ପୁରୁଷ ମହିଳା ପାରମ୍ପାରିକ ଚାଙ୍ଗୁ ବାଦ୍ୟ ର ତାଳେ ତାଳେ ନୃତ୍ୟ କରନ୍ତି l

What's Your Reaction?

like

dislike

love

funny

angry

sad

wow