ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Apr 19, 2026 - 19:52
 0  22
ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ନୂଆପଡ଼ା - ୧୯-୪(ଲୋକ ଆବାଜ. ଇନ /ରାମନାଥ ପଣ୍ଡା ଙ୍କ ରିପୋର୍ଟ )

ଆଗାମୀ ପଂଚାୟତ ନିର୍ବାଚନକୁ ଲକ୍ଷ୍ୟରେ ରଖି ଆମ ଆଦମୀ ପାର୍ଟି ନୂଆପଡା ଜିଲ୍ଲା ସଭାପତି ହିତେଶ ପାଣ୍ଡେଙ୍କ ନେତୃତ୍ୱରେ ବୋଡେନ ବ୍ଲକର ପାତାଳଗଙ୍ଗା ଠାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଆଜିର ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଭବାନୀ ସାହୁ ରାଜ୍ୟ ସମ୍ପାଦକ (ସଂଗଠନ),ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପ୍ରଭାରୀ ବାଲ୍ମୀକି ନାଏକ,ଜିଲ୍ଲା ସଭାପତି ହିତେଶ ପାଣ୍ଡେ,ଜିଲ୍ଲା ଉପ ସଭାପତି ଗଗନ ମାଝୀ,ଜିଲ୍ଲା ସାଧାରଣ ସମ୍ପାଦକ ଲାବନ୍ ଦୁରିଆ,ଜିଲ୍ଲା ସମ୍ପାଦକ ଟିକେ ଲାଲ ପଟେଲ ଓ ମଙ୍ଗଳୁ ହେର୍ଣ୍ଣା,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶେଖ୍ ଇସଲାମ ପ୍ରମୁଖ ମଞ୍ଚାସିନ ଥିଲେ ।

ସମ୍ମିଳନୀରେ ମୁଖ୍ୟତଃ ଦାଦନ ସମସ୍ୟା,ଚାଷୀର ବିଭିନ୍ନ ସମସ୍ୟା, ବେରୋଜଗାର ଯୁବ ପୀଢ଼ି ପାଇଁ ନିଯୁକ୍ତି ଓ ରୋଜଗାର କ୍ଷମତା,ଶିକ୍ଷା,ସ୍ୱାସ୍ଥ୍ୟ,ବିଜୁଳି, ପିଇବା ପାଣି ଉପରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିବା ସହିତ ଉପରୋକ୍ତ ବିଷୟ ବିନ୍ଦୁ ପ୍ରତି ସରକାରଙ୍କ ବିଫଳତା ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ କୈଳାଶଦୁରିଆ, ଧନେଶ୍ୱର ସତନାମି, ମେଘନାଥ ମାଝୀ ତଥା ଜିଲ୍ଲା ପରିଷଦ କ୍ଷେତ୍ର ନଂ ୧୦ ଓ ୧୧ ର ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । କୈଳାସ ଦୂରିଆ ମଞ୍ଚ ପରିଚାଳନା କରିଥିବା ବେଳେ ଟିକେଲାଲ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ । 

What's Your Reaction?

like

dislike

love

funny

angry

sad

wow