ଇଣ୍ଟର ସ୍କୁଲ୍ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ - ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚମ୍ପିଅନ

Apr 12, 2025 - 10:22
 0  6
ଇଣ୍ଟର ସ୍କୁଲ୍ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ - ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚମ୍ପିଅନ

ସୁବର୍ଣ୍ଣ ପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ଓଡ଼ିଶା କ୍ରିକେଟ୍ ଏସୋସିଏସନ୍ ଓ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ଇଣ୍ଟର ସ୍କୁଲ୍ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଭିଜନ ୨୦୩୦ ର ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ ରେ ଉଦଯାପିତ ହୋଇଯାଇଛି l ଗତ ଅପ୍ରେଲ ୧ ତାରିଖ ଆରମ୍ଭ ହୋଇ ଥିବା ଏହି ଟର୍ଣ୍ଣl ମେଣ୍ଟ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବିଜେତା (ଚମ୍ପିଅନ) ହୋଇଥିବା ବେଳେ ସୁକାନ୍ତି ଏକାଡେମି ଉପ ବିଜେତା ହୋଇ ଅତିଥି ଙ୍କ ଦ୍ବାରା ପୁରସ୍କୃତ ହୋଇ ଛନ୍ତି l ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ, ସଂପାଦକ ପ୍ରଦୀପ ସେଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ଯୋଗ ଦେଇ ବିଜେତା ଦଳ ଓ କୃତୀ ଖେଳାଳି ଙ୍କୁ ପୁରସ୍କୃତ କରି ଥିଲେ l ନବ ପ୍ରକାଶ ମିଶ୍ର, ବାବୁଲୁ ମହାନନ୍ଦ ପ୍ରମୁଖ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ

What's Your Reaction?

like

dislike

love

funny

angry

sad

wow