ଋଣ୍ଡିମହୁଲ ପଂଚାୟତ କାର୍ଯ୍ୟା ଳୟ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିରଅନୁଷ୍ଠିତ
କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଋଣ୍ଡିମହୁଲ ପଂଚାୟତ କାର୍ଯ୍ୟାଳୟଠାରେ ମାଗଣା ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛିl ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ଯୋଗଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ, ପଞ୍ଚାୟତର ସରପଞ୍ଚ ପଞ୍ଚାନନ ସାହୁ,ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ ସଂମ୍ମାନିତ ଅତିଥି ଭାବେଯୋଗ ଦେଇଥିଲେl ପଣ୍ଡାପାଲି ନେତ୍ର ଚିକିତ୍ସାଳୟ ର ଡାକ୍ତର ମନୋଜ କୁମାର ସାହୁ ଏବଂ ସହକର୍ମୀ ସହାୟତା କରିଥିଲେ, ଏହି ଶିବିର ରେ ଶତାଧିକବ୍ୟକ୍ତି ଚକ୍ଷୁ ପରୀକ୍ଷା କରି ଥଲେ l ଋଣ୍ଡିମହୁଲ ପଂଚାୟତ ର ସମସ୍ତ ଅଙ୍ଗନୱାଡି ଦିଦି, ଆଶା ଦିଦି, ଏମ ବି କେ, ସିଆରପି, ସ୍ୱୟଙ୍ଗସହାୟକ ଗୋଷ୍ଠି ସଦସ୍ୟ ମାନେ ବିଧାୟକଙ୍କୁ ସ୍ୱାଗତ ସମର୍ଦ୍ଧନା ଜଣାଇଥିଲେ l ଶିବିରକୁ ପଂଚାୟତ ନିର୍ବାହୀ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର, ଏ ଡି ଇ ଓ, ରଙ୍କନିଧି ଗାଈଗୋଉରିଆ ସମେତ ପଂଚାୟତ ର କର୍ମଚାରୀ ମାନେ ସହଯୋଗ କରିଥିଲେ l
What's Your Reaction?