କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ କାର୍ଯ୍ୟକ୍ରମ

Nov 25, 2024 - 17:19
 0  4
କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ କାର୍ଯ୍ୟକ୍ରମ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ବ୍ଲକ ଛକ ଶ୍ରୀରାମ ମନ୍ଦିର ଠାରେ ଅନନ୍ତମୁଖୀ ମହାଜଜ୍ଞ ଅନୁଷ୍ଠିତ ହୋଇଯାଇଛି l ବ୍ରାହ୍ମଣ ସମାଜ ସମ୍ପାଦକ ସନ୍ତୋଷ କୁମାର ବିଶିଙ୍କ ତତ୍ୱାବଧାନରେ ବ୍ରାହ୍ମଣ ସମାଜର ସଦସ୍ୟଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତା, ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥିଲା l ଅନନ୍ତମୁଖୀ ମହାଯଜ୍ଞ ରେ ପଣ୍ଡିତ ସନତ କୁମାର ମିଶ୍ର ପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ମିଶ୍ର ଯଜ୍ଞ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ସେହିପରି ଯଜ୍ଞଶ୍ୱର ମିଶ୍ର ଯଜ୍ଞ କାର୍ଯ୍ୟରେ ପୌରୋହିତ୍ୟ କରିଥିବାବେଳେ ଭାଗ୍ୟଧର ମିଶ୍ର ଓ ଆନନ୍ଦ ଚନ୍ଦ୍ର ପାଢ଼ୀ ମନ୍ଦିର ପୂଜା ଦାୟିତ୍ୱ ତୁଲାଇଥିଲେ l

 ବ୍ରାହ୍ମଣ ସମାଜର ରାଜକିଶୋର ମିଶ୍ର, ରଞ୍ଜନ ମିଶ୍ର,ମଧୁସୂଦନ ଦାସ, ସ୍ଵପ୍ନେଶ୍ଵର ପଣ୍ଡା,ସାନୁଜିତ ନନ୍ଦ,ବିରୁପାକ୍ଷ ମିଶ୍ର, ସତ୍ୟବାନ ମିଶ୍ର, ଗିରିଶ ଚନ୍ଦ୍ର ମିଶ୍ର, ଜୟକୃଷ୍ଣ ମିଶ୍ର, ଭକ୍ତଚରଣ ମିଶ୍ର, ସୁରେନ୍ଦ୍ର କୁମାର ମିଶ୍ର, ମଧୁସୂଦନ ଦାସ, ପଦ୍ମନାଭ ମିଶ୍ର, ସଞ୍ଜୟ ପ୍ରସାଦ ଦାସ, ତ୍ରିନାଥ ମିଶ୍ର, ଅର୍ଜୁନ ଦାସ, ଈଶ୍ୱରଚନ୍ଦ୍ର ପଣ୍ଡା,ନବଘନ ପାଣିଗ୍ରାହୀ, ମୀନକେତନ ରଥ, ଜୟକୃଷ୍ଣ ମିଶ୍ର, ବସନ୍ତ ପାଢ଼ୀ, ବିଭୀଷଣ ହୋତା, ସନ୍ତୋଷ ମହାପାତ୍ର ପ୍ରମୁଖ ଭାଗବତ ପାଠ କରିଥିଲେ l ସମାଜର ପୂର୍ବତନ ସଭାପତି ବସନ୍ତ ମିଶ୍ର, ଘନଶ୍ୟାମ ମିଶ୍ର, ସମ୍ପାଦକ ସନ୍ତୋଷ କୁମାର ବିଶି,ହରିବନ୍ଧୁ ପୁରୋହିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ମନ୍ଦିର କମିଟି ସମ୍ପାଦକ ଦାମୋଦର ସ୍ୱାଇଁ, ଜୟ କୁମାର ମହାରଣା ପ୍ରମୁଖ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସାମୁହିକ ପ୍ରସାଦ ସେବନ ହୋଇଥିଲା l

What's Your Reaction?

like

dislike

love

funny

angry

sad

wow