କଣ୍ଟାମାଳରେ ମହାତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ —--- ମହିଳା ଙ୍କ ମନରେ ଖୁସିର ଲହର କଥା ଦେଇ କଥା ରଖିଲେ ସରକାର

Sep 17, 2024 - 21:16
 0  49
କଣ୍ଟାମାଳରେ ମହାତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ —--- ମହିଳା ଙ୍କ ମନରେ ଖୁସିର ଲହର  କଥା ଦେଇ କଥା ରଖିଲେ ସରକାର

କଣ୍ଟାମାଳ: ଲୋକ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଓ ଏନଡିଏ ସରକାର ର ତୃତୀୟ ପାଳିର ଶହେଦିନ ପୂର୍ତ୍ତି ଅବସରରେ ଓଡ଼ିଶାର ମହିଳାମାନଙ୍କୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଓଡିଶା ଗସ୍ତରେ ଆସି ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ ବହୁ ପ୍ରତୀକ୍ଷିତ 'ସୁଭଦ୍ରା' ଯୋଜନା କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାରାଜ୍ୟପାଳ ରଘୁବର ଦାସ, ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,କନକ ବର୍ଦ୍ଧନ ସିଂଦେଓ, କେନ୍ଦ୍ରମନ୍ତ୍ରୀ, ସାଂସଦ,ସମସ୍ତ ମନ୍ତ୍ରୀ ପରିଷଦ ଓ ବିଧାୟକ ଙ୍କ ଉପସ୍ଥିତି ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ସୁଭଦ୍ରା ଲଞ୍ଚ ହେବା ପରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟ କୁ ଯାଇଛି ପ୍ରଥମ କିସ୍ତି । 25 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଇଛି 1 ହଜାର 250 କୋଟି ଟଙ୍କା । ଏହା ଡିବିଟି ଜରିଆରେ ହିତାଧିକାରୀମାନଙ୍କ ଜମାଖାତାରେ ଜମା ହୋଇଛି । ପ୍ରତି ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ୫ହଜାର ଟଙ୍କା ଯାଇଛି l

 ଗତ ନିର୍ବାଚନ ରେ ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶୃତି ମଧ୍ୟରୁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରତିଶୃତି ପୂରଣ କରିଥିବାବେଳେ ଆଜି ମହିଳା ମାନଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ ପାଇଁ ପ୍ରତେକ ମହିଳାଙ୍କୁ 50ହଜାର ଟଙ୍କା ଦେବା ପାଇଁ ଦେଇଥିବା ପ୍ରତିଶୃତି ଆଜି ପୂରଣ କରିଛି ବିଜେପି ସରକାର ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ l ଏନେଇ ଆଜି କଣ୍ଟାମାଳ ହାଇସ୍କୁଲ ଖେଳ ପଡିଆରେ ଆଭାସୀ ମାଧ୍ୟମରେ ଏହି ଯୋଜନାର ସିଧାପ୍ରସାରଣ ହୋଇଥିଲା l କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାବେଶ ରେ ବୌଦ୍ଧ ଜିଲ୍ଲାପରିଷଦ ଏପିଡି ଚାର୍ଲସ ନାୟକ, ତହସିଲଦାର ଶ୍ୱେତପଦ୍ମା ଯୋଶୀ, ସିଡିପିଓ କଣ୍ଟାମାଳ ପଙ୍କଜିନୀ ମିଶ୍ର, 1ନମ୍ବର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସୁମିତ୍ରା ସାହୁ, 2ନମ୍ବର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ, ସାଂସଦ ପ୍ରତିନିଧି ଦୀପକ ବାରିକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ ପ୍ରମୁଖ ଉପସ୍ଥିତ ରହି ସୁଭଦ୍ରା ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେl କାର୍ଯ୍ୟକ୍ରମକୁ ଇଂ ଦିବ୍ୟଲୋଚନ ନାୟକ ପରିଚାଳନା କରିଥିଲେ l ଆଜି ଜଣେ ଆଦିବାସୀ ମାଆ ମତେ ଖିରି ଖୁଆଇ ଜନ୍ମଦିନରେ ଆଶୀର୍ବାଦ ଦେଲେ, ଏହା ମୋର ଜୀବନ ଯାକର ଅର୍ଜିତ ପୁଞ୍ଜି" ବୋଲି କହିଥିଲେ ମୋଦି । "ଦେଶର ବିଭିନ୍ନ ସହରରେ ଲକ୍ଷ ଲକ୍ଷ ପରିବାରକୁ ପକ୍କା ଘର ପ୍ରଦାନ କରାଯାଇଛି । ଓଡ଼ିଶାର ବିକାଶ ପାଇଁ ହଜାର ହଜାର କୋଟି ମୂଲ୍ୟର ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଓଡ଼ିଶାର ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଶପଥ ଗ୍ରହଣ ବେଳେ ମୁଁ ଆସିଥିଲି । ଏହାପରେ ଏହା ମୋର ପ୍ରଥମ ଯାତ୍ରା । ନିର୍ବାଚନ ବେଳେ ମୁଁ କହିଥିଲି, ଡବଲ ଇଞ୍ଜିନ ସରକାର ହେଲେ ରାଜ୍ୟର ବିକାଶ ତ୍ୱରାନ୍ୱିତ ହେବ । ଯେଉଁ ସ୍ବପ୍ନ ଗରିବ, ଦଳିତ, ମାଆ ଭଉଣୀ, ଯୁବ ବର୍ଗ ଦେଖିଛନ୍ତି ସମସ୍ତଙ୍କ ସ୍ବପ୍ନ ପୂରଣ ହେବ ବୋଲି ମୋର ବିଶ୍ବାସ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି" ବୋଲି ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହିଅବସରରେ ସୁଭଦ୍ରା ଯୋଜନାର ମହିଳାଙ୍କୁ 50ହଜାର ଟଙ୍କାର ଚେକ ଓ ପିଏମ ଆବାସ ଗୃହ ର ହିତାଧିକାରୀ ଙ୍କୁ ଗୃହ ଚାବି ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ଲକର ସୁଭଦ୍ରା ଯୋଜନା ର ମହିଳା ହିତାଧିକାରୀ,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା,ଅଙ୍ଗନୱାଡି କର୍ମୀ, ଆଶା ଦିଦି, ସିଆରପି, ଏମବିକେ, ସରପଞ୍ଚ, ସମିତି ସଭ୍ୟ ଆଦି ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ଆଭାସୀ ମାଧ୍ୟମରେ ଭୁବନେଶ୍ବରରୁ ଆୟୋଜିତ ହୋଇଥିବା ସୁଭଦ୍ରା ଯୋଜନା ଓ ଆବାସ ଯୋଜନା ଗୃହ ପ୍ରବେଶ ବିଭିନ୍ନ ବିକାଶ ଯୋଜନାର ଶିଳାନ୍ୟାସ ଓ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯାଇଥିଲା lକାର୍ଯ୍ୟ କ୍ରମକୁ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଗୌରୀ ପ୍ରଧାନ, ଡବ୍ଲ୍ୟୁଇଓଜ୍ୟୋତି ରଞ୍ଜନ ବେହେରା, ପିଇଓ ଜୟଦେବ ପ୍ରଧାନ, ଜ୍ଞାନରଞ୍ଜନ ମିଶ୍ର, ବିଆରସି ଅର୍ଜୁନ ଦାସ, ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow