କଣ୍ଟାମାଳ କ୍ଷୁଦ୍ର ଜଳ ସେଚନ ପବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳିତ ।

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ଓଡ଼ିଶା ସରକାରଙ୍କ ଜଳ ସଂପଦ ବିଭାଗର ବୌଦ ଜିଲ୍ଲା କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ କଣ୍ଟାମାଳ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଧରଣୀଧର କିଶାନଙ୍କ ତତ୍ତ୍ଵାବଧାନରେ ଏବଂ ଅଧିକ୍ଷଣ ଯନ୍ତ୍ରୀ ଇଂ.ମନୋରଞ୍ଜନ ହାସଁଦାଙ୍କ ସଭାପତିତ୍ୱରେ କଣ୍ଟାମାଳ ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇ ଖଣି ଓ ଶିଳ୍ପ ବିହିନ ବୌଦ୍ଧ ଜିଲ୍ଲାରେ ଚାଷ ଉପରେ ନିର୍ଭର କରୁଥିବା ଚାଷିଙ୍କ ପାଇଁ ଚାଷ ସହିତ ପାଣିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ତେଣୁ ଓଡ଼ିଶା ସରକାର ସାଡେଙ୍ଗସ୍ଥିତ ଖଡ଼ଙ୍ଗ ନଦୀରେ ଏକ ସୁଉଚ୍ଚ ଡ୍ୟାମ ପାଇଁ ପ୍ରସ୍ଥାବ ଦିଆଯାଇଛି। ଏହାଦ୍ଵାରା କଣ୍ଟାମାଳ ବ୍ଳକର ଅନେକ ଅଞ୍ଚଳ ସବୁଦିନିଆ ଚାଷ ପାଇଁ ପାଣି ପାଇପାରିବେ, ସେହିପରି ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ,ପଦ୍ମାଳୟା ପ୍ରଧାନ, କଣ୍ଟାମାଳ ଉଦ୍ୟାନ ବିଭାଗର ସହଅଧିକାରୀ ଗୋବିନ୍ଦଚନ୍ଦ୍ର ସେଠୀ ଉପସ୍ଥିତ ରହି ପାଣି ପଞ୍ଚାୟତ ଦ୍ୱାରା କିପରି ଚାଷିଙ୍କ ସମସ୍ୟାର ସମାଧାନ ହୋଇଥାଏ ତା ଉପରେ ବକ୍ତବ୍ୟ ରଖିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ବିଶ୍ଵ ଭୁଷଣ ମାଝୀ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ବୌଦ୍ଧ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସନ୍ତୋଷ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।
ସେହିପରି କଣ୍ଟାମାଳର କନିଷ୍ଠ ଯନ୍ତ୍ରୀ ଇଂ. ପ୍ରଦିପ କୁମାର ମେହେର, ପୁରୁଣାକଟକର ସହକାରୀ ଯନ୍ତ୍ରୀ ଇଂ.ରମେଶ ଚନ୍ଦ୍ର ରାଉତ, ଇଂ. ରାକେଶ କୁମାର ସେଠୀ, ବିଶ୍ବଭୁଷଣ ମିଶ୍ର ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ଓ ବିଭିନ୍ନ ପାଣି ପଞ୍ଚାୟତର ସମସ୍ତ ସଭାପତି, ସଂପାଦକ, ସଦସ୍ୟ ଉପସ୍ଥିତ ରହିଥିଲେ। ପୂର୍ବରୁ ସ୍ଥାନୀୟ କଣ୍ଟାମାଳ ହାଇସ୍କୁଲର ଛାତ୍ର ଛାତ୍ରୀଙ୍କୁ ନେଇ ପାଣି ପଞ୍ଚାୟତ ଉପରେ ବକୃତା,ଗୀତ,ଖେଳ ଉପରେ ପ୍ରତିଯୋଗୀତା ହୋଇଥିଲା।ଏଥିରେ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପ୍ରଥମ ବିଜେତାକୁ ୨୦୦୦, ଦ୍ୱିତୀୟଙ୍କୁ ୧୫୦୦ ଓ ତୃତୀୟ ବିଜେତାଙ୍କୁ ୧୦୦୦ ଟଙ୍କା ପ୍ରୋତ୍ସାହନରାଶି ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
What's Your Reaction?






