ଧବଳେଶ୍ୱର ପ୍ରିମିୟର ଲିଗ ୩ୟ ଦିବସ ମହାକାଳ ୧୧ ଓ ବିକାଶ ୧୧ କୁ ମିଳିଛି ୬ ପଏଣ୍ଟ

କଣ୍ଟାମାଳ : ଲୋକ ଆବାଜ ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ବନ୍ଧଗୋରା ଖେଳ ପଡିଆରେ ଅନୁଷ୍ଠିତ ହେଉଥିବା ପ୍ରଥମ ଧବଳେଶ୍ୱର ପ୍ରିମିୟର ଲିଗର ତୃତୀୟ ଦିବସର ପ୍ରଥମ ଖେଳରେ ସମ୍ରାଟଇ ଲେଭେନ ଷ୍ଟାରକୁ ହରାଇ ବିକାଶ ଇଲେଭେନ ବିଜୟୀ ହୋଇଥିଲା l ଦ୍ଵିତୀୟ ଖେଳରେ ଜଗନ୍ନାଥ ଭିକ୍ଟୋରକୁ ପରାଜିତ କରି ମହାକାଳ ଇଲେଭେନ ବିଜୟୀ ହୋଇଥିଲା l ତୃତୀୟ ଖେଳରେ ଜଗନ୍ନାଥ ଭିକ୍ଟୋରକୁ ହରାଇ ବିକାଶ ଇଲେଭେନ ବିଜୟୀ ହୋଇଥିଲା l ଚତୁର୍ଥ ଖେଳରେ ସମ୍ରାଟଇ ଲେଭେନ ଷ୍ଟାରକୁ ହରାଇ ମହାକାଳ ଇଲେଭେନ ବିଜୟୀ ହୋଇଥିଲା l ଉଭୟ ମହାକାଳ ଇଲେଭେନ ଓ ବିକାଶ ଇଲେଭେନ ଦଳ ୬ ପଏଣ୍ଟ ପାଇ ଆଗରେ ରହିଛନ୍ତି l କଳିଙ୍ଗ ଓ ମାନସ ବାଘ ଖେକ ପରିଚାଳନା କରିଥିଲେ l ପ୍ରଦୀପ ଭୋଇ ଓ ମୁକେଶ ଭୋଇ ସ୍କୋରର ଥିଲେ l ଶଙ୍କର ସାହୁ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ l ଆଜିର ଖେଳରେ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ମୁଖ୍ୟ ଅତିଥି, ବ୍ୟବସାୟୀ ଭକ୍ତ ସାହୁ, ସମାଜସେବୀ ସୁନିଲ ସାହୁ, ଗଗନ ସାହୁ, ବଳରାମ ବାଘ, ପତନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଧବଳେଶ୍ୱର କ୍ରିକେଟ ସଙ୍ଘର ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l
What's Your Reaction?






