କଣ୍ଟାମାଳ ବ୍ଲକରେ ସୁଭଦ୍ରା ଯୋଜନାର ବିରାଟ ସ୍ୱାଗତ ସଚେତନତା ଶୋଭାଯାତ୍ରା

କଣ୍ଟାମାଳ: ଲୋକ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ l ଏହି ଯୋଜନାର ପ୍ରଚାର ପ୍ରସାର ଓ ଘରେ ଘରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସକାଳ ୯ଘଣ୍ଟା ସମୟରେ ବ୍ଳକ୍ ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରୁ ବ୍ଲକ ସ୍ତରୀୟ ସୁଭଦ୍ରା ସ୍ଵାଗତ ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କଣ୍ଟାମାଳ ତହସିଲଦାର ସୁଶ୍ରୀ ଶ୍ୱେତପଦ୍ମା ଯୋଶୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ପ୍ରଶାସନିକ ପକ୍ଷରୁ ସ୍ଥାନୀୟ ବିଡ଼ିଓ କଣ୍ଟାମାଳ ଶ୍ରୀମତୀ ସାମି ଜୟଶ୍ରୀ ରେଡ୍ଡୀ, ସିଡିପିଓ ପଙ୍କଜିନୀ ମିଶ୍ର,, ବିପିସି ବିଶ୍ୱଭୂଷଣ କହଁର, ବିପିଏମ ଅଜୟ ପ୍ରଧାନ, ବିପିଏସିଏ ସାମନ୍ତ ପ୍ରଧାନ, ବିଏଲସି ରାଧାରାଣୀ ନାୟକ, ବିଏଲଏଫ ସଭାପତି ପୁଷ୍ପାଞ୍ଜଳି ମିଶ୍ର,ସମ୍ପାଦକ ଅହଲ୍ୟା କର୍ଣ୍ଣ ସମସ୍ତ ସୁପ୍ରରଭାଇଜର ମାନେ ଉକ୍ତ ସଚେତନତା ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ମହିଳାମାନେ ହାତରେ ପ୍ଲାକାର୍ଡ ଧରି ସୁଭଦ୍ରା ଯୋଜନା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ସହ ନଗର ପରିକ୍ରମା ପରେ ବ୍ଲକ ପଞ୍ଚାୟତ ସମିତି ସଭା ଗୃହରେ ଆୟୋଜିତ ସଭାରେ ଯୋଗଦେଇଥିଲେ l କଣ୍ଟାମାଳ ସିଡିପିଓ ଶ୍ରୀମତୀ ପଙ୍କଜିନୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉକ୍ତ ସମସ୍ତ ଅତିଥିମାନେ ଯୋଗଦେଇ ସୂଚନା, ଶିକ୍ଷା, ଯୋଗାଯୋଗ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ସୁଭଦ୍ରା ଯୋଜନା ଭଳି ଯୁଗାନ୍ତକାରୀ ଆଉ ଏକ ଯୋଜନା ଯୋଡି ହେବାଦ୍ୱାର ଆର୍ଥିକ ଅନଗ୍ରସର ମହିଳା ମାନଙ୍କୁ ସଶକ୍ତିକରଣର ଏକ ନୂତନ ଦିଗଦର୍ଶନ ଦେଇଛି ବୋଲି ବକ୍ତବ୍ୟରେ କହିଥିଲେ l ଶେଷରେ ବିପିସି ବିଶ୍ୱଭୂଷଣ କହଁର ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଏସ୍.ଏଚ୍.ଜି. ମହିଳା,ମିଶନଶକ୍ତି ପଂଚାୟତ ସଭାପତି, ସମ୍ପାଦିକା,ଏମବିକେ ଦିଦି,ସିଆରପି,ସୁଭଦ୍ରା ଦିଦି ଆଦି ତିନିଶହରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ ।
What's Your Reaction?






