ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ପାତାଳ ଗଙ୍ଗା ଠାରେ ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ l

ନୁଆପଡ଼ା:ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଭଇଁସାଦାନି
ପଞ୍ଚାୟତର କୋଟ ଗାଁ (ପାତାଳ ଗଙ୍ଗା) ଠାରେ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ କୋଟ ଗାଁର ନବଜାତକ ଶିଶୁ କନ୍ୟା ନବ୍ୟାନ୍ସି ପିତାମାତା ରାଜେଶ ସାହୁ ଓ କସ୍ତୁରୀ ସାହୁ ଘରକୁ ଜିଲ୍ଲାପାଳ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହିତ ଯାଇ ନବ ଜାତକକୁ କୋଳରେ ଧରି ତାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । କନ୍ୟାର ବାପା ମାଙ୍କୁ ଉପହାର ପ୍ରଦାନ କରି ଦିବ୍ୟାନ୍ସି ନାମରେ ବୃକ୍ଷର ନାମକରଣ କରିଥିଲେ ଜିଲ୍ଲାପାଳ ଏବଂ ନୂତନ ବୃକ୍ଷ ରୋପଣ କରାଇଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଅନ୍ୟ ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଭେଟି ଦେଇଥିଲେ l ଜିଲ୍ଲାପାଳ ଏମାନଙ୍କ ପରିବାର ଲୋକଙ୍କୁ ଗର୍ଭବତୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଗ୍ରାମବାସୀମାନଙ୍କ ଉତ୍ସାହ ଦେଖି ଅତିଥି ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ l ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ କୋଟ ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ଜିଲ୍ଲାପାଳଙ୍କ ସହିତ ଡି ଏଫ୍ ଓ ଅଜିଜ ଖାନ,ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ବିଡ଼ିଓ ସୁଶାନ୍ତ କୁମାର ରଣା,ସରପଂଚ ଗିରିଜା ମାଝୀ,ୟାର ଅନୁଷ୍ଠାନ ନିର୍ଦ୍ଦେଶକ ମହେନ୍ଦ୍ର ଯୋଶୀ ଏବଂ ଜିଲ୍ଲା ସ୍ତରୀୟ ତଥା ବ୍ଲକ ସ୍ତରୀୟ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ପ୍ରୋଗ୍ରାମ୍ ଅଫିସର୍ ନମିତା ପାଢ଼ୀ, ବୋଡ଼େନ ସିଡିପିଓ ଅର୍ଚ୍ଚନା ରାଉତ,ମହିଳା ପରି ଦର୍ଶିକା ହିରାମଣି ମାଝୀ,ଅହଲ୍ୟା ଜଗତ,ବୈଜୟନ୍ତୀ ମହାନ୍ତି,ଅନୁସୁୟା ତାଣ୍ଡି, ଅସମତି ଧାରୁଆ,ବେଦମତି ଖମାରୀ ଓ ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଅୟୋଜନ କରିଥିଲେ।
What's Your Reaction?






