କଣ୍ଟାମାଳ ବ୍ଲକ୍ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତିର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ l

କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କଣ୍ଟାମାଳ ପଞ୍ଚାୟତ ସମିତିର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ଯାଇଛି l ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଣ୍ଟାମାଳ ବିଧାୟକ କନ୍ହେଇ ଚରଣ ଡାଙ୍ଗ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଦୀପକ ବାରିକ, କଣ୍ଟାମାଳ ବ୍ଲକ ଅନ୍ତର୍ଗତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା,ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ | କଣ୍ଟାମାଳ ବିଡ଼ିଓ ସାମ୍ମି ଜୟ ଶ୍ରୀ ରେଡ଼ିଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା | କଣ୍ଟାମାଳ ବ୍ଲକ ର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତି ସଭ୍ୟ ମାନେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ପାଇଁ ଆସନ୍ତା ସୋମବାର ସୁଦ୍ଧା ବିଡିଓଙ୍କ ନିକଟରେ ନିଜ ନିଜ ପ୍ରକଳ୍ପ ତାଲିକା ଦାଖଲ୍ କରିବାକୁପଂଚାୟତ ସମିତି ଅଧ୍ୟକ୍ଷାଶ୍ରୀମତୀ ସେନାପତି ଅନୁରୋଧ କରିଥିଲେ |ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଜୟଦେବ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ l ବ୍ଲକ ର ସମସ୍ତ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ଥିଲେ l ବ୍ଲକରେ ପଂଚାୟତ ସମିତି ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲେ ମଧ୍ୟ ଏଥିରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ନ ଦେବା ତଥା ଦୁରେଇ ରଖାଯିବା ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଛି l
What's Your Reaction?






