(କବିତା) ଭସା ମେଘ

ଶୁଭେନ୍ଦୁ କୁମାର ପଣ୍ଡା
କେବେ କେତେବେଳେ କେମିତି ଆସ
ତାର କିଛି ନିର୍ଦିଷ୍ଟ ସମୟ ନାହିଁ
ସ୍ୱଳ୍ପ ସମୟ ରହି
ପୁଣି କେଉଁଆଡେ ଉଭାନ ହୋଇଯାଅ ,
ଯିବା ପୂର୍ବରୁ
ଅନେକ ଅସୁମାରୀ କଳ୍ପନାର ମଞ୍ଜି ବୁଣି ଦେଇ ଯାଅ l
ପୁଣି କେବେ ଫେରିବ
ତାର ମଧ୍ୟ ହିସାବ ନିକାସ ନାହିଁ,
ତଥାପି
କାହିଁକି ତୁମକୁ ଅପେକ୍ଷା କରିଛି ମୁଁ ବି ଜାଣେ ନାହିଁ l
କଲମପୁର, କଳାହାଣ୍ଡି
ମୋ:-୭୦୦୮୨ ୧୩୦୦୧
What's Your Reaction?






