କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ର ବାର୍ଷିକ ସାଧାରଣ ସଭା
କର୍ଲାମୁଣ୍ଡା:୨୮/୧୧( ଲୋକ ଆବାଜ.ଇନ/ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ତୃତୀୟବାର୍ଷିକ ସାଧାରଣ ସଭା କମ୍ପାନୀ ର କ୍ଷେତ୍ର କାର୍ଯ୍ୟାଳୟ ବିଜାପାଟି ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ କମ୍ପାନୀ ର ପରିଚାଳନା ନିର୍ଦେଶକ ତୀରଞ୍ଜି ମେର୍ଲି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ,ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ରେଗଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପ୍ତି ମୟୀ ସାହୁ,ପ୍ରାଣୀ ଚିକିତ୍ସକ ଭାସ୍କର ମିଶ୍ର, କୃଷି ବିଭାଗ ର ଏଟିଏମ୍ ମିଲନ କୁମାର ଗୋଛୟତ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର , ମୃତ୍ତିକା ସରକ୍ଷନ ବିଭାଗ ରୁ ଯଶୋବନ୍ତି ହାତୀ,ବନ ବିଭାଗ ସାଇ ଚରଣ ନାଏକ,ଗ୍ରାମ୍ୟ କୃଷି କର୍ମି ସନ୍ତୋସିନୀ ବରାହ ପ୍ରମୁଖ ଉପସ୍ଥିତ ରହି କୃଷକ ମାନଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କମ୍ପାନୀ ର ମୁଖ୍ୟ କାର୍ଯ୍ୟ ନିର୍ଵାହି ଅଧିକାରୀ ପ୍ରଦୀପ ସାହୁ,କ୍ଷୀର ସାଗର କୁମାର, ଭୁପିନ୍ଦର ଚୌଧୁରୀ, ବିରେନ୍ଦ୍ର ସାହୁ,ଯତୀନ୍ଦ୍ର ସାହୁ,ଜୀବରଧନ ସାହୁ,ବାଲ୍ମୀକି ଛତ୍ରୀଆ,ଗୌରୀ ଦୀପ, ଦ୍ରୋଣ ସାହୁ ଙ୍କ ସମେତ ଅଂଶ ଧନ କାରୀ ମାନେ ସହଯୋଗ କରିଥିଲେ।
What's Your Reaction?