କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସେବା ପକ୍ଷ ପାଳିତ !!

Sep 28, 2026 - 21:17
 0  18
କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସେବା ପକ୍ଷ ପାଳିତ !!

କର୍ଲାମୁଣ୍ଡା:୨୮/୯(ଲୋକ୍ ଆବାଜ୍.ଇନ୍/ସନତ କୁମାର ସାହୁ ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂଙ୍ଗା ନେହରୁ ଯୁବକ ସଂଘ ଓ ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ‘ସେବା ପକ୍ଷ ପାଳିତ l ସେବା ପକ୍ଷ ଅବସରରେ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ କରାଯାଇଛି! ପ୍ରଥମେ ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ଟେରେସିଂହା ଠାରେ ସ୍ୱଚ୍ଛତା ଓ ବୃକ୍ଷ ରୋପଣ କରାଯାଇଥିଲା! ଏଥିରେ ମୁଖ୍ୟ ଅତିଥି ଭାବେ ଆୟୁଷ ଡାକ୍ତର ମଧୁସ୍ମିତା ପତି, ଫାର୍ମାସିଷ୍ଟ ସୁନୀଲ କୁମାର ବାଗ , ଏଏନଏମ ସୁଷମା ରଣା,ୱର୍ଡ କର୍ମୀ ବିଜୟ ସାହୁ ଓ ପ୍ରକୃତି ବନ୍ଧୁ ସନତ କୁମାର ସାହୁ ଯୋଗ ଦେଇ ଯୁବପିଢ଼ିଙ୍କ ସମାଜସେବା,ସ୍ୱଚ୍ଛତା ଓ ବୃକ୍ଷ ରୋପଣ ଅଭିଯାନରେ ଅଧିକ ସକ୍ରିୟ ଭୂମିକା ରହିବା ଆବଶ୍ୟକ ବୋଲି କହିଥିଲେ।

 ନେହରୁ ଯୁବକ ସଂଘର ସଭାପତି ସୁଶାନ୍ତ ରଣା ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ! ସେହିପରି ଜନମଙ୍ଗଳ ଯୁବ ସଂଗଠନ ଅବୁଜବାହାଲ ପକ୍ଷରୁ ପୋଖରୀ ପରିସର ସଫେଇ କରାଯାଇଥିଲା ଏଥିରେ ସଭାପତି ଓମ ପ୍ରକଶ ସାହୁ, ସମ୍ପାଦକ ରାଜା ବିଶ୍ୱାଳ, ସମାଜ ସେବୀ ପିଙ୍କୁ ଚନ୍ଦନ ଓ ବାଜିରାଉତ ୟୁଥ କ୍ଲବ ବିନ୍ଧାଣି ପକ୍ଷରୁ ସ୍ଥାନୀୟ ପଢିଆ ଠାରେ ବୃକ୍ଷ ରୋପଣ କରାଯାଇଥିଲା ଏଥିରେ ଅନୁଷ୍ଠାନର ସଭାପତି ରାଜେନ୍ଦ୍ର ବାଗ ଓ ସମ୍ପାଦକ ମିଥୁନ ସାହୁ ସମେତ ସମସ୍ତ ଯୁବ ଗୋଷ୍ଠି ସହଯୋଗ କରିଥିଲେ ଶେଷରେ ସ୍ବେଛାସେବୀ ଅଶୋକ ସାହୁ ଓ କୁରୁକ୍ଷେତ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ!

What's Your Reaction?

like

dislike

love

funny

angry

sad

wow