କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ ଆରମ୍ଭ....

Sep 2, 2024 - 19:37
 0  12
କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ ଆରମ୍ଭ....

କର୍ଲାମୁଣ୍ଡା: ଲୋକ ଆବାଜ୍. ଇନ୍ (ପ୍ରଦୀପ ରଣା)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ଗାଁ ରେ ସୁଭଦ୍ରା ଯୋଜନା ର ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବ୍ଲକ ରିଂଜା ଠାରେ ଆଇସିଡିଏସ କର୍ମୀ ପ୍ରଜ୍ଞା ପରମିତା ସାହୁ ଗାଁର ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ର ଫର୍ମ ବଣ୍ଟନ କରିବା ସହ ଫର୍ମ ପୂରଣ ରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। |

ଠିକ ସେହିପରି ବ୍ଲକ ର ଡୁକେରମାଲ,କାର୍ଣ୍ଣିଖୁଟି, କର୍ଲାମୁଣ୍ଡା ବସ୍ତି,ବିଜାପାଟି,କଣ୍ଡରେଇ,ରେଗଡା, ଦାଣ୍ଡିଭଜା, ମାଲପଡା, ବିନ୍ଧାଣି ପ୍ରଭୁତି ଗାଁ ମାନଙ୍କ ରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାପଡିଛି।ତେବେ ଗ୍ରାମାଞ୍ଚଳରେ ରହୁଥିବା ଅନେକ ମହିଳା ଙ୍କ ଆଧାର ରେ ମୋବାଇଲ ନମ୍ବର ଲିଙ୍କ ହେଇନଥିବା ରୁ ଯୋଜନା ର ଲାଭ ଉଠେଇବା ନେଇ ସମସ୍ୟା ଦେଖା ଦେଇ ପାରେ ବୋଲି ବୁଦ୍ଧି ଜୀବୀ ମହଲରେ ଆଲୋଚନା ହେଉଛି।

What's Your Reaction?

like

dislike

love

funny

angry

sad

wow