କଳାହାଣ୍ଡିର ଏକ ନିଆରା ପରମ୍ପରା ଭୂର୍କୀ ଶୌଲୀ ଦାନ

Jan 4, 2026 - 13:07
 0  70
କଳାହାଣ୍ଡିର ଏକ ନିଆରା ପରମ୍ପରା ଭୂର୍କୀ ଶୌଲୀ ଦାନ

କଳାହାଣ୍ଡି - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)

କେଉଁ ଅତୀତ ସମୟରୁ ପ୍ରଚଳିତ ତଥା ପୁରାଣ ଶାସ୍ତ୍ରକୁ ଅନୁକରଣ କରି ଦାନ ଦେବା କାର୍ଯ୍ୟକୁ ବର୍ତ୍ତମାନ ମଧ୍ୟ ନିୟମିତ ଭାବରେ ଧାର୍ମିକ ବ୍ୟକ୍ତି ତାକୁ ପାଳନ କରୁଛନ୍ତି। ବିଭିନ୍ନ ପ୍ରକାର ଦାନ ମଧ୍ୟରୁ କଳାହାଣ୍ଡିର ଭୁର୍କି ସୌଲୀ ଦାନ ଟିକିଏ ଭିନ୍ନ ପ୍ରକାର ଅଟେ ।ବାଉଁଶରେ ତିଆରି ଭୋଗେଇ (ଭୁଗା) ଯାହାକୁ ଭୁର୍କୀ ବୋଲି କୁହାଯାଉଛି , ଷୋହଳ ଗୋଟି ଭୁର୍କି ମଧ୍ୟରେ ବିଭିନ୍ନ ଫଳମୂଳ,କିଛି ମିଠା ଭର୍ତ୍ତି ସହ କିଛି ଟଙ୍କା ଷୋହଳ ଜଣ ଛୋଟ ଛୋଟ ପୁଅଝିଅ ମାନଙ୍କୁ ଖୁସିର ସହିତ ଦାନ ଦେବା ସହିତ ଭଗବାନଙ୍କୁ ମଧ୍ୟ ବସ୍ତ୍ର ଦାନ କରିଥାନ୍ତି ମାଁ ଭଉଣୀ ।ଧନ ଅର୍ଜ୍ଜନେ ଧର୍ମ କରି ଧର୍ମେ ପ୍ରାପତେ ନରହରି ମନରେ ଏହି ବିଶ୍ୱାସ ରହିଛି କି ଛୋଟ ଶିଶୁମାନେ ହିଁ ଭଗବାନ ତେଣୁ ଶିଶୁଙ୍କୁ ଦାନ ଦେଇ ମଣିଷ ଜୀବନର ଆତ୍ମ ସନ୍ତୋଷ ଲାଭ କରୁଛନ୍ତି ।ଯେତେ ସବୁ ଧର୍ମ କର୍ମ କାର୍ଯ୍ୟକୁ ଦେଖିଲେ ଲାଗେ ସତେ ଯେମିତି ମାଁ ଭଉଣୀଙ୍କ ପାଇଁ ସଂସ୍କୃତି ବଞ୍ଚିଛି ।

What's Your Reaction?

like

dislike

love

funny

angry

sad

wow