କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘ ପ୍ରତିନିଧି ଦଳ ର ସଦର ବିଧାୟକ ସାଗର ଦାସ ଙ୍କସହ ସାକ୍ଷାତ ଆଲୋଚନା :

Oct 2, 2024 - 14:37
 0  136
କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ  ସଂଘ ପ୍ରତିନିଧି ଦଳ ର ସଦର ବିଧାୟକ ସାଗର ଦାସ ଙ୍କସହ ସାକ୍ଷାତ ଆଲୋଚନା :

କଳାହାଣ୍ଡି:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)

ବେସରକାରୀ କଲେଜ ଶିକ୍ଷକ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ବୁଧବାର

ଏକ ପ୍ରତିନିଧି ଦଳ ଭବାନୀପାଟଣା ରେ ସଦର ବିଧାୟକ ତଥା ଓଡିଶା ବିଧାନ ସଭା ଶିକ୍ଷାକମିଟି ସଦସ୍ୟ ଶ୍ରୀଯୁକ୍ତ ସାଗର ଚରଣ ଦାସ ଙ୍କୁ ସାକ୍ଷାତ ଆଲୋଚନା କରି ସଂଘତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଥିବା ଦାବିସମୂହ ସମ୍ମଳିତ ସ୍ମାରକପତ୍ର ପ୍ରଦାନ ପୁର୍ବକ ଶିକ୍ଷା କମିଟି ଦ୍ୱାରା ବିଶେଷ ପଦକ୍ଷେପ ନେବା ସକାଶେ ଅନୁରୋଧ କରିଥୁଲେ ।ଏଥିରେ ଯୁକ୍ତିଯୁକ୍ତ ଦାବୀ ସମୁହ ସୁପାରିଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ବିଧାୟକ ପ୍ରତିନିଧି ଦଳ କୁ ପ୍ରତିଶୃତି ଦେଇଥୁଲେ l

ଏହି ଅବସରରେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଫେସର ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏହି ପ୍ରତିନିଧି ଦଳରେ ଜିଲ୍ଲା ସମ୍ପାଦକ ପ୍ରଫେସର ସୁଶାନ୍ତ ପାଢ଼ୀ,ଉପସଭାପତି ପ୍ରଫେସର ଭୁବନ ଠାକୁର ଓ ଯୁଗ୍ମ ସମ୍ପାଦକ ପ୍ରଫେସର ପ୍ରଦୀପ ମିଶ୍ର ପ୍ରମୁଖ ସାମିଲ ଥିଲେ l 488 ଓ 662 ବର୍ଗ ର ଅଧ୍ୟାପକ କର୍ମଚାରୀ ଙ୍କୁ ଚାକିରୀ ସର୍ତ୍ତାବଳି ଦେଇ କମନ କେଡର ଭୁକ୍ତ କରିବା,ଅବସରଗ୍ରାଟୁଇଟି 15 ଲକ୍ଷ ଟଙ୍କା କୁ ବୃଦ୍ଧି କରିବା,1.6.08 ପରବର୍ତୀ ନିଯୁକ୍ତ ଅଧ୍ୟାପକ କର୍ମଚାରୀ ଙ୍କୁ ଅନୁଦାନ ପ୍ରଦାନ,ସପ୍ତମ ବେତନ ର 21 ମାସ ର ବକେୟା ଏରିଅର ମଂଜୁର କରିବା, ଅଧ୍ୟାପକ କର୍ମଚାରୀଙ୍କୁ ସରକାରୀ ତତୁଲ୍ୟ ଗ୍ରେଡ ପେ ପ୍ରଦାନ,+2 ଓ +3 କଲେଜ ରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ତଥା ଅନ୍ୟାନ୍ୟ ସଂଘୀୟ ଦାବୀ ଉପରେ ଆଲୋଚନା କରାଯାଇଥିଲା l

What's Your Reaction?

like

dislike

love

funny

angry

sad

wow