ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସୋନପୁର ର ଦେବୀ ପୀଠ ମାନଙ୍କ ରେ ସ୍ଵଚ୍ଛତା କାର୍ଯ୍ଯକ୍ରମ*-

ସୋନପୁର : ଲୋକ ଆବାଜ. ଇନ୍ (ମନୋରଂଜନ ତ୍ରିପାଠୀ ଙ୍କ ରିପୋର୍ଟ)
ପବିତ୍ର ଦଶହରା ଓ ଦୁର୍ଗାପୂଜା ଉପଲକ୍ଷେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର - ମନମୁଣ୍ଡl ପକ୍ଷରୁ ସୋନପୁର ର ମା ମାଣିକେଶ୍ଵରୀ ମନ୍ଦିରରେ ପଲିଥିନ ମୁକ୍ତ ଅଭିଯାନ ଓ ସଫେଇ ଅଭିଯାନ ଅନୁଷ୍ଟିତ ହୋଇଯାଇଛି l ଅନୁଷ୍ଠାନ ର ବରିଷ୍ଠ ସଭ୍ୟ କୃଷ୍ଣ ଚନ୍ଦ୍ର ବିଶି ଙ୍କ ତତ୍ତ୍ଵl ବଧାନ ରେ ଓ ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଆଜିର ଏହି କାର୍ଯକ୍ରମ ରେ ସଂଗଠନ ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l ଆଜି ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଦୂରଦର୍ଶନ ଟିଭି ଜିଲ୍ଲା ପ୍ରତିନିଧି ବେଣୁଧର ପ୍ରଧାନ ଯୋଗ ଦେଇ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ l ଆସନ୍ତା କାଲି ସୋମବାର ସକାଳ ୭ ଟା ରେ ସୋନପୁର ନୂଆଁ ମେଡିକାଲ୍ କ୍ୟାମ୍ପସ ରେ , ମଙ୍ଗଳାବର ସକାଳେ ମା ସୁରେଶ୍ଵରୀ ଙ୍କ ପୀଠରେ ଓ ବାକି ଦିନ ମାନଙ୍କ ରେ ସୋନପୁର ଓ ମନମୁଣ୍ଡl ସହର ର ବିଭିନ୍ନ ଦେବୀ ପୀଠ ରେ ସାମୁହିକ ସଫେଇ ଶିବିର ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ସାୟଦ ଅଲିମୂଲ୍ ଇସଲାମ ଓ କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀ ପ୍ରକାଶ କରିଛନ୍ତି l
What's Your Reaction?






