ଲୁବେନଗଡ଼ ଗ୍ରାମପଂଚାୟତ:ସହୀଦ ରେଣ୍ଡୋମାଝୀଙ୍କ ପଂଚାୟତ ଅର୍ନ୍ତଗତ ପୁଇଝିରି କୁ ରାସ୍ତା ନାହିଁ

Oct 2, 2024 - 12:38
Oct 2, 2024 - 12:44
 0  17
ଲୁବେନଗଡ଼ ଗ୍ରାମପଂଚାୟତ:ସହୀଦ ରେଣ୍ଡୋମାଝୀଙ୍କ ପଂଚାୟତ ଅର୍ନ୍ତଗତ ପୁଇଝିରି କୁ ରାସ୍ତା ନାହିଁ

ଆଉ କେତେ ଦିନ ଦୋଳାରେ ଯିବୁ ମେଡ଼ିକାଲ୍‌:ସରପଂଚ

କଳାହାଣ୍ଡି:ଲୋକ୍ ଆବାଜ୍‌.ଇନ୍‌(ବ୍ୟୁରୋ)

ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସାରା ଭାରତବର୍ଷ ଆଜି ଗାନ୍ଧୀ ଜୟନ୍ତୀକୁ ଧୂମ୍ ଧାମ୍‌ରେ ପାଳନ କରୁଥିବାବେଳେ ପ୍ରତି ପଂଚାୟତରେ ହେଉଛି ଗ୍ରାମସଭା । ଗ୍ରାମୋଦୟର ସ୍ୱପ୍ନ ଦେଖିଥିବା ଗାନ୍ଧିଜୀଙ୍କ ଜୟନ୍ତୀ ଦିବସରେ ସାମ୍ନାକୁ ଆସିଛି ପ୍ରକୃତ ଗ୍ରାଦୋଦୟ ର ଏକ ନଗ୍ନ ଚିତ୍ର । କଳାହାଣ୍ଡି ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ଜନ୍ମମାଟି କୁହାଯାଉଥିବା ଲୁବେନଗଡ଼ ପଂଚାୟତର ଅନେକ ଗାଁ ଆଜି ବି ଅବହେଳିତ ଓ ଅନୁନ୍ନତ । ସାମାନ୍ୟତମ ରାସ୍ତାଟିଏ ନଥିବାରୁ ଆଜି ବି ଅନେକ ସେବାରୁ ବଂଚିତ ହେଉଛନ୍ତି ଅଂଚଳବାସୀ । ତେବେ ପରିତାପର ବିଷୟ ଯେ,ଦେହ ଖରାପ ହେଲେ ଏଇ ସବୁ ଗ୍ରାମବାସୀ କେବେ ଖଟିଆ ତ କେବେ ଦୋଳ ସାହାଯ୍ୟରେ ପ୍ରାୟ ଦଶ ରୁ ବାର କିଲୋମିଟର କାନ୍ଧରେ ବୋହି ବୋହି,ଘାଟି ତଥା ପଥୁରିଆ,ଉଠାଣି,ଗଡ଼ାଣି,ନଈ,ନାଳ ପାରି କରିଥାନ୍ତି । ତାହା ବି ଏକାଧିକ ଗ୍ରାମବାସୀଙ୍କ ସହଯୋଗରେ ସେମାନେ ବହୁତ କଷ୍ଟରେ ଏହି ରାସ୍ତା ଅତିକ୍ରମ କରିବାର ଦେଖାଯାଉଛି । ବର୍ଷା ଦିନଗୁଡ଼ିକରେ ତ ରୋଗ ହେଲେ ଭଗବାନଙ୍କ ଭରସା ରେ ରହନ୍ତି ଏମାନେ । ସତେ ଯେମିତି ସଭ୍ୟତାରୁ ଏକ ଭିନ୍ନ ଅଂଚଳର ଅଧିବାସୀ ଅଟନ୍ତି । ଗତ ଦୁଇ ଦିନ ତଳେ ମଧ୍ୟ ଖଟିଆରେ ଏହି ଗ୍ରାମରୁ ଜଣେ ରୋଗୀଙ୍କୁ ଉର୍ଲଦାନୀ ମେଡ଼ିକାଲ ନିଆଯାଇଥିବାବେଳେ  ଆଜି ପୁଣିଥରେ  ଲୁବେନଗଡ଼ ଗ୍ରାମ ପଂଚାୟତର ପୁଇଝିିରି ଗ୍ରାମର ଲିଟିଲ ମାଝୀ(୫୨)ଙ୍କ ଦେହ ଭୀଷଣ ଖରାପ୍ ହେବାରୁ ବହୁ ଶ୍ରମ ସ୍ୱୀକାର ପୂର୍ବକ ପ୍ରାୟ ୧୦ରୁ ୧୨ କିଲୋମିଟର ଦୋଳାରେ ବୋହି ବୋହି ଉର୍ଲାଦାନୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବାର ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଛି । ଅଂଚଳବାସୀ ଦୀର୍ଘ ଦିନରୁ ଏହି ଗାଁ ଗୁଡ଼ିକୁ ରାସ୍ତା ପାଇଁ ଦାବୀ କରି ଆସୁଥିଲେ ହେଁ କୌଣସି ସୁଫଳ ମିଳିପାରୁନାହିଁ । ଲୁବେନଗଡ଼ ସରପଂଚ ରମା ମାଝୀ କହିଛନ୍ତି, ଏନେଇ ବାରମ୍ବାର ଜିଲ୍ଲାପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ(ଅନ୍ ଲାଇନ ଜରିଆରେ) ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏଣୁ ତୁରନ୍ତ ଏହି ଆଦିବାସୀ ଅଧ୍ୟୁଷିତ  ଗ୍ରାମକୁ ପ୍ରାଥମିକତା ଭି୍‌ତ୍ତି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି । 

What's Your Reaction?

like

dislike

love

funny

angry

sad

wow