କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ଉତ୍ପୀଡନ(ରୋକଥାମ, ପ୍ରତିଷେଧ ଓ ନିରାକରଣ ଆଇନ ,୨୦୧୩ କୁ ନେଇ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର
ବୌଦ୍ଧ:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
*ଗତ କାଲି ବୌଦ୍ଧ ଜିଲ୍ଲପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହ ରେ କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ଉତ୍ପୀଡନ(ରୋକଥାମ, ପ୍ରତିଷେଧ ଓ ନିରାକରଣ ଆଇନ ,୨୦୧୩ କୁ ନେଇ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି ଏହି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଯୋଗ ଦେଇ ପୋଷ ଆକ୍ଟ ର ଅନୁପାଳନ ସହ ରେଗୁଲାର ମିଟିଙ୍ଗ କରି ସମସ୍ୟା ଗୁଡିକର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବା ସହିତ ଆମ ବୌଦ୍ଧ ଜ଼ିଲ୍ଲା ରେ ଯେମିତି ଗୋଟିଏ ବି କେଶ ନ ଆସେ ସେଥିପାଇଁ ଆହ୍ୱାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ଅବକାରୀ ଅଧିକ୍ଷିକା, ଶାନ୍ତି ମାରାଣ୍ଡି, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଯୋଗ ଦେଇଥିଲେ l ବିଶେଷଜ୍ଞ ଭାବେ ବରିଷ୍ଠ ଆଇନଜ୍ଞ ଶ୍ରୀଯୁକ୍ତ ନବ କୁମାର ମିଶ୍ର , କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନ ର ନିରାକରଣ, ପ୍ରତିଷେଧ ଓ ନିବାରଣ ଆଇନ ୨୦୧୩ ର ସାରଗର୍ଭକ ସବିଶେଷ ତଥ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନ ମାମଲାରେ , ମହିଳା ମାନଙ୍କର ଅଧିକାରର ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏବଂ ଇଣ୍ଟରନାଲ କମିଟି, ଲୋକlଲ କମିଟି, ନୋଡାଲ ଅଫିସର ର ଭୂମିକା ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସି ବକ୍ସ ପୋର୍ଟାଲ ରେ କିଭଳି ଭାବେ ଅଭିଯୋଗ ଦାଖଲ କରାଯିବ, ଅଭିଯୋଗ ମିଳିଲା ପରେ ନୋଡାଲ ଅଫିସର ର ଭୂମିକା କଣ ରହିବ ,ତାହା ଉପରେ ସାରଦା ପ୍ରସନ୍ନ ସାହୁ, FINANCIAL LITERACY (Hub) , ଡିସପ୍ଲେ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରୀ, ବୌଦ୍ଧ, ହରଭଙ୍ଗl,ସମସ୍ତ ପ୍ରୋଗ୍ରାମ ଅଫିସର, ସମସ୍ତ ନୋଡାଲ ଅଫିସର, ଇଣ୍ଟରନା ଲ କମିଟି ଏବଂ ଲୋକାଲ କମିଟି ର ସଦସ୍ୟା, LKBK ପୁଷ୍ପିତl ପ୍ରଧାନ,ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । କର୍ମଶାଳା ଆରମ୍ଭ ରେ ଆୟୋଜକ ଜିଲ୍ଲା ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ସାଗରିକା ଦତ୍ତ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞlପନ କରିଥିଲେ l ଜିଲ୍ଲା ହବ ସଂଯୋଜିକା ଶ୍ରୀମତି ସୁଜାତା ପାଣିଗ୍ରାହୀ କାର୍ଯ୍ୟକ୍ରମ କୁ ପରିଚାଳନା କରିବାସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଅତିଥିବୃନ୍ଦ ଏବଂ ରିରୋର୍ସ ପର୍ସନ ଙ୍କୁ ଏକ ପେଡ ମାଆ କି ନାମ, ( ମାଆ ପାଇଁ ଗଛ ଟିଏ )ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ ଗଛ ଟିଏ ପ୍ରଦାନ କରିଥିଲେ l
What's Your Reaction?