କେରାପଦର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ।

Dec 11, 2025 - 21:06
 0  51
କେରାପଦର ଠାରେ କ୍ଲଷ୍ଟର ସ୍ତରୀୟ  ଶିଶୁ ମହୋତ୍ସବ ସୁରଭି  ଅନୁଷ୍ଠିତ ।

ନୂଆପଡ଼ା - ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ) 

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେରାପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ” 2025 ବିଶେଷ ଉତ୍ସାହ ଓ ଉତ୍ସବମୟ ପରିବେଶରେ ଆୟୋଜିତ ହୋଇଯାଇଛି । ଉଦ୍ଘାଟନୀ ସଭାରେ କେରାପଦର କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶିକ୍ଷକ ରଜନୀକାନ୍ତ ଯୋଷୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧର୍ମେନ୍ଦ୍ର ନାଏକ,ଦ୍ୱାରସନୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ କୃଷ୍ଣ ପ୍ରଧାନ, ସମାଜସେବୀ ସୁଶାନ୍ତ ପାଣିଗ୍ରାହୀ ,ଶିକ୍ଷକ କୃଷ୍ଣ ଲାଲ ଦୀପ ମଞ୍ଚାସିନ ଥିବା ବେଳେ ଉଦଯାପନୀ ଉତ୍ସବରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧର୍ମେନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶିକ୍ଷକ ମୋହନ ଚରଣ ଦାସ,ଶିକ୍ଷକ ନିରୋଜ କୁମାର ଖମାରୀ, ନରେନ୍ଦ୍ର ନାଗ, ରବୀନ୍ଦ୍ର କୁମାର ପରମାଣିକ,ଶ୍ୟାମ କୁମାର ଦଣ୍ଡସେନା, ଅରୀ ଗଞ୍ଜନ ବେହେରା ଶିକ୍ଷକ ପ୍ରମୁଖ ମଞ୍ଚାସିନ ଥିଲେ । ଶିକ୍ଷକ ନିରୋଜ କୁମାର ଖମାରୀ ଓ ଶିକ୍ଷକ ମାଧବ ବାଗ ଉଭୟ ଉଦଘୋଷକ ଅତି ସୁନ୍ଦର ଶବ୍ଦ୍ଧାଳଙ୍କାର, ସାଇରୀ, କବିତା ମାଧ୍ୟମରେ ମଞ୍ଚ ପରିଚାଳନା କରିଥିଲେ ।ଆଜିର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ ସୁରଭିରେ ଅଂଶ ଗ୍ରହଣର ସୁଯୋଗ ପାଇବେ । ସମସ୍ତ କୃତିତ୍ୱ ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଛି ।

ଶିଶୁମାନଙ୍କ ପ୍ରତିଭାକୁ ଖୋଜିବା ସୁରଭି ମହୋତ୍ସବର ପ୍ରଥମ ଏବଂ ପ୍ରମୁଖ ଉଦ୍ଦେଶ୍ୟ । ଶିଶୁମାନଙ୍କ ମଧ୍ୟରେ ଥିବା ସୃଜନଶୀଳତା, କଳା ଓ ପ୍ରତିଭାକୁ ଚିହ୍ନଟ କରି ସମ୍ମାନିତ କରିବା ।କଳା, ସାହିତ୍ୟ ଓ ସଂସ୍କୃତିକୁ ପ୍ରୋତ୍ସାହନ ଗୀତ, ନୃତ୍ୟ, ଅଭିନୟ, ସାହିତ୍ୟ, ଚିତ୍ରକଳା, ସଙ୍ଗୀତ ସହ ବିଭିନ୍ନ କଳା ମାଧ୍ୟମରେ ଶିଶୁମାନେ ସଂସ୍କୃତି ସହ ଯୋଡ଼ି ପାରନ୍ତି ।ଅତିଥି ମାନେ ଶିଶୁଙ୍କ ବିଭିନ୍ନ କଳା ଉପରେ ଆଲୋକପାତ କରିଥିଲେ ।ସି ଆର୍ ସି ସି ଧର୍ମେନ୍ଦ୍ର ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow