କୋହଲା ପାଗ କୁ ଝିପି ଝିପି ବର୍ଷା ଚାଷୀ ପାଇଁ କାଳ  **ମଣ୍ଡି ଉପରେ ଭରଷା କରି ପାରୁନାହାଁନ୍ତି ଛୋଟ ଚାଷୀ 

Dec 25, 2024 - 12:29
Dec 25, 2024 - 12:43
 0  5
କୋହଲା ପାଗ କୁ ଝିପି ଝିପି ବର୍ଷା ଚାଷୀ ପାଇଁ କାଳ   **ମଣ୍ଡି ଉପରେ ଭରଷା କରି ପାରୁନାହାଁନ୍ତି ଛୋଟ ଚାଷୀ 

 

କଳାହାଣ୍ଡି,ଲୋକ୍ ଆବାଜ୍‌.ଇନ୍‌(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)

କଳାହାଣ୍ଡି କପାର ବିଶେଷତ୍ଵ ହେଲା ଏହା ଦୀର୍ଘ, ତନ୍ତୁଜାତୀୟ ଓ ଶକ୍ତ। ବର୍ତମାନ ଖରାପ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଚାଷୀଙ୍କୁ ବିପଦରେ ପକାଇଛି। ମଣ୍ଡିରେ କପାର ଉଚିତ ମୂଲ୍ୟ ପାଇବା ନେଇ ସେମାନେ ଭରସା ରଖିପାରୁ ନାହାନ୍ତି। ସେପଟେ କପାଚାଷ ପାଇଁ ଚଳିତବର୍ଷ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି।ଚଳିତବର୍ଷ କୃଷି ବିଭାଗ ୭୧,୦୦୦ ହେକ୍ଟର ଜମିରେ କପା ଚାଷ କରାଯାଇଥିବା କହିବା ସହ ପ୍ରାୟ ୧୦.୭୧ ଲକ୍ଷ କୁଇଣ୍ଟାଲରୁ ଉର୍ଦ୍ଧ୍ଵ କପା ଉତ୍ପାଦିତ ହେବ ବୋଲି ପ୍ରାରମ୍ଭିକ ଆକଳନ କରିଛି। କଳାହାଣ୍ଡି ଜିଲାରେ ଧଳା ସୁନା ଫସଲର ସଫଳ ରୂପାୟନ ଦିଗରେ ସରକାର କେତେ ସଚେତନ ତାହା ଜଣାପଡୁନାହିଁ। କାରଣ ଏଯାବତ ୨୧୨୧ ଜଣ ଚାଷୀ ମାତ୍ର ୬୩ହଜାର କୁଇଣ୍ଟାଲରୁ ଉର୍ଦ୍ଧ କପା ବିକ୍ରି କରିଥିବା ବିଷୟ କପା ସ୍କିମ ଅଫିସରଙ୍କଠାରୁ ସୂଚନା ମିଳିଛି। ପୂର୍ବ ବର୍ଷ ମାନଙ୍କରେ ଧାନଚାଷ ଭଳି କପାଚାଷ ରେକର୍ଡ ସୃଷ୍ଟି କରିଆସୁଥିଲା। କିନ୍ତୁ ଚଳିତବର୍ଷ କପାଚାଷୀ ନିଜର ଉତ୍ପାଦିତ କପାକୁ ନେଇ ଚିନ୍ତିତ । କପାର ଏସ୍ଏସ୍‌ପି
ମୂଲ୍ୟ ୭୫୨୧ ଟଙ୍କା ହୋଇଥିଲେ ସୁଦ୍ଧା ଚାଷୀ ମଣ୍ଡି ଉପରେ ଭରସା ନ କରି ଦଲାଲ ହାତରେ କମ ଦରରେ ଟେକିଦେଉଛି। ଅନ୍ୟପଟେ କଟନ କର୍ପୋରେଶନ ଅଫ୍ ଇଣ୍ଡିଆ ଡଃ ରାୟଗଡା ଶାଖା କାର୍ଯ୍ୟାଳୟ ରିପୋର୍ଟରୁ ଜଣାପଡିଛି ଯେ, କର୍ଲାପଡା ସେଣ୍ଟରରୁ ଗୋପାଳ ଅର୍ଗାନିକ, ଦାଦାଗୁରୁ ଆଗ୍ରୋ ଇଣ୍ଡିଆ ପ୍ରାଇଭେଟ ଲିଂ କପା କ୍ରୟ କରିଥିବାବେଳେ କେସିଙ୍ଗା ସେଣ୍ଟରରୁ ନେଚୁରାଲ ଅର୍ଗାନିକ, ସାବିତ୍ରୀ କଟନ ଇଣ୍ଡିଆ ଓ ବନସଲ ଆଗ୍ରୋଟେକ୍ ପ୍ରମୁଖ ଜିନିଙ୍ଗ ମିଲ କପା କ୍ରୟ କରିଛି। ତେବେ ଛୋଟ ଚାଷୀ ମଣ୍ଡିକୁ କପା ଆଣିବା ପୂର୍ବରୁ ଦୁଆର ମୁହଁରେ ଦଲାଲ ହାଜର ହୋଇ କୁଇଣ୍ଟାଲ ପିଛା ୬୫୦୦ ଟଙ୍କାରେ କପା ଉଠାଇ ନେଉଛି। ଦ୍ଵିତୀୟରେ ଜିଲାରେ ଚୋରା ଚାଲାଣ ହେଉଥିବା କପା ଗାଡିକୁ ଅଟକାଇବାର କୌଣସି ସାଧନ ନାହିଁ । କାରଣ ସରକାର ଗେଟ ବ୍ୟବସ୍ଥା ଆଉ ରଖି ନାହାଁନ୍ତି । କଳାହାଣ୍ଡିର କଳାମାଟିରେ ଉତ୍ପାଦିତ କପା ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ କରି ମହାରାଷ୍ଟ୍ର, ଗୁଜରାଟ ପର୍ଯ୍ୟନ୍ତ ଚାହିଦା ରହିଆସିଛି। ସେତିକି ନୁହେଁ କଳାହାଣ୍ଡି ଚାଷୀ ଥାଇଲାଣ୍ଡ ଓ ବାଂଲାଦେଶ
ଭଳି ସ୍ଥାନକୁ କପା ପଠାଇବାରେ ସଫଳ ହୋଇଛନ୍ତି । କିନ୍ତୁ ଏଥର ସରକାରୀ ସ୍ତରରେ କପା ମଣ୍ଡି ଖୋଲିବାରେ ଖୋଦ ଜିଲାପାଳ ତଦାରଖ କରୁଥିଲେ ମଧ୍ୟ ମଣ୍ଡିରେ କପା ପହଞ୍ଚିବା ସନ୍ତୋଷଜନକ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥର ଭବାନୀପାଟଣା ବ୍ଲକର କର୍ଲାପଡ଼ା, କେସିଙ୍ଗାର ଉତ୍କଲା ଓ ଗୋଲାମୁଣ୍ଡା ବ୍ଲକର ଉଛଲାଠାରେ ମଣ୍ଡି ଖୋଲାଯାଇଛି I କପାର ଗୁଣବତ୍ତାର ମାପକାଠି ଅନୁଯାୟୀ ୮ରୁ ୧୧ ପ୍ରତିଶତ ମଳିନ ପଡିଥିଲେ ସୁଦ୍ଧା ଧାର୍ଯ୍ୟ ଏଏସ୍‌ପି ମୂଲ୍ୟରେ କପା ବିକ୍ରି ହେବାର ସମ୍ଭାବନା ରହିଛି। ହେଲେ ଯେଉଁଭଳି କାକର ଥଣ୍ଡା ପଡୁଛି ସେଥିରେ ଚାଷୀ ଠିକ ଦର ପାଇବେ ବୋଲି ଭରସା କରୁନାହାନ୍ତି। ବର୍ତ୍ତମାନର ପାଣିପାଗକୁ ନେଇ ଚାଷୀ କପା ମଣ୍ଡିକୁ ନେଇପାରୁ ନାହିଁ। ବାହାର ବ୍ୟବସାୟୀଙ୍କ ଆସିବା ବାଟକୁ ଅପେକ୍ଷା କରି ଅଟକିଯାଉଛି। ଅନ୍ୟପକ୍ଷରେ ପଡୋଶୀ ଜିଲା ଓ ଆନ୍ଧ୍ରର କିଛି ଦଲାଲ କପାଚାଷୀଙ୍କୁ ପ୍ରଲୋଭନ ଦେଖାଇ ଚୋରାରେ ଜିଲା ବାହାରକୁ ନେଇ ଯାଉଥିବା ଜଣାପଡିଛି। ଜିଲାର ୮ରୁ ଦଶଟି ସ୍ଥାନରେ ବାହାର ବ୍ୟବସାୟୀ ପ୍ରତିବର୍ଷ ଦେଢରୁ ଦୁଇ ଲକ୍ଷ କୁଇଣ୍ଟାଲ ପର୍ଯ୍ୟନ୍ତ କପା ଚୋରା ଚାଲାଣ ହେଉଥିଲେ ହେଁ ପ୍ରଶାସନ ତରଫରୁ ଅଙ୍କୁଶ ଲଗାଇବା ବ୍ୟବସ୍ଥା କରାଯାଉ ନାହିଁ।

What's Your Reaction?

like

dislike

love

funny

angry

sad

wow