କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ
Cluster leel Monthly Meeting
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ
ବୌଦ୍ଧ,ଲୋକ୍ ଆବାଜ୍. ଇନ୍(ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁଣ୍ଡାମାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ପଲସା ଗୋରା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ସି ଆର ସି ସି ହୃଦାନନ୍ଦ ଦନ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଣ୍ଟାମାଳ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ମହାଳିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ, ଚଳିତ ଶିକ୍ଷା ବର୍ଷରେ ବିଦ୍ୟାଳୟକୁ ଆସିଥିବା ସୁରକ୍ଷା ଓ ନିରାପତ୍ତା ଅନୁଦାନର ସଠିକ୍ ବିନିଯୋଗ, ଜବାହାର ନବୋଦୟ ବିଦ୍ୟାଳୟରେ ନାମଲେଖା ପାଇଁ ଅଧିକ ମାତ୍ରାରେ ନାମ ପଞ୍ଜିକରଣ, ଶହେ ଶତକଡା ୟୁଡ଼ାଇସ ପ୍ଲସ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ | ପଞ୍ଚାନନ ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଳଭଦ୍ର ବିଶ୍ଵାଳ, ଶିକ୍ଷକ ନିରାକାର ସାହୁ, ଏ ମିନା କୁମାରୀ ଏବଂ ଅଜିତ କୁମାର ଗିରି ସହଯୋଗ କରିଥିଲେ | କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ୧୨ଗୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ, ଏଫ୍ ଏଲ ଏନ୍ ଶିକ୍ଷକ, ଶିକ୍ଷୟତ୍ରୀ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ | ଶିକ୍ଷକ ପ୍ରଭାତ ଖମାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ |
What's Your Reaction?






