କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ଅନୁଷ୍ଠିତ

Oct 9, 2026 - 19:39
Oct 10, 2026 - 12:07
 0  98
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ଅନୁଷ୍ଠିତ

କର୍ଲାମୁଣ୍ଡା:୯/୧୦(ଲୋକ ଆବାଜ୍.ଇନ୍/ଜିବର୍ଧନ ସାହୁ ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଜୋରାଡ଼ବରା କ୍ଲଷ୍ଟର କୁଶୁର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତହୋଇଯାଇଛି।

ଏହି ଅବସରରେ ଜୋରାଡ଼ବରା କ୍ଲଷ୍ଟର ର ୧୧ ଟି ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଙ୍କ ଅଂଶ ଗ୍ରହଣ ରେ ୧୨ ପ୍ରକାର ପ୍ରତିଯୋଗିତା ହୋଇଥିଲା। ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ କୁଶୁର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଟ ପ୍ରଧାନ ଶିକ୍ଷକ ଦାଶ ରଥି ଭୋଇ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜୋରାଡ଼ବରା ମିଳିତ ପଞ୍ଚାୟତ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶେଖର ଚନ୍ଦ୍ର ମାଝି, ମୁଖ୍ୟ ବକ୍ତା ଭାବେ ସିଆରସିସି ଯୁଗଳ କିଶୋର ନାଗ ସମ୍ମାନିତ ଅତିଥି ଭାବେ ଜୋରାଡବରା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତରୁଣ ଜାନୀ, ବରିଷ୍ଟ ଖବରଦାତା ପ୍ରଦୀପ କୁମାର ସାହୁ, ପରିଚାଳନା କମିଟିର ଅଧ୍ୟକ୍ଷ ଦେବେନ୍ଦ୍ର ମାଝୀ, ଜୋରାଡ଼ବରା ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ନାଏକ, ଶିଶାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜ୍ଞାନେନ୍ଦ୍ର କୁମାର ଗହୀର, ସିଆଲପଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ମାଝୀ, ସିଲେଟପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ଜାନୀ, କର୍ଣିଖୁଣ୍ଟି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଭକେଶୀ କୁମାର, ଏକାତାରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୋଗେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇ ଲୁକ୍କାୟିତ ପ୍ରତିଭା ଚିହ୍ନଟ ପାଇଁ ହେଉଥିବା ସୁରଭି କାର୍ଯ୍ୟକ୍ରମ କୁ ପ୍ରସଂଶା କରିବା ସହ ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରିଥିଲେ। ସଭା କାର୍ଯ୍ୟ ରେ ଶିକ୍ଷକ ଡମ୍ବରୁ ଭୋଇ ଓ ପ୍ରଫୁଲ୍ଲ ବଡମାଳି ସଂଯୋଜନା କରିଥିବା ବେଳେ ଶିକ୍ଷକ କାଶୀନାଥ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଜୋରାଡ଼ବରା କ୍ଲଷ୍ଟର ର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ତଥା କୁଶୁର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପଙ୍କଜ ସାହୁ, ସବିତା ସାହୁ, ମାମି ସାହୁ ଶିଶୁ ସେବିକା ସୁଷମା ବେହେରା ଓ ପରିଚାଲନା କମିଟିର ସଦସ୍ୟା ସଦସ୍ୟ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow