ଖୁଣ୍ଟିଗୋରା ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ନେଟ ନିଞ୍ଜା ଉପବିଜେତା, ବଲ ବ୍ଲାଷ୍ଟର ଚମ୍ପିଆନ
କଣ୍ଟାମାଳ: ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ଖେଳ ପଡିଆରେ ପବିତ୍ର ନୂଆଁଖାଇ ଉପଲକ୍ଷେ ଆୟୋଜିତ ହୋଇଥିବା ବନ୍ଧୁତ୍ୱପୂର୍ଣ୍ଣ ଭଳିବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି l ପ୍ରତିଯୋଗିତାରେ ସର୍ବମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ l ଅନ୍ତିମ ଦିବସରେ ନେଟ ନିଞ୍ଜା ଦଳ ଓ ବଲ ବ୍ଲାଷ୍ଟର ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା l ଏଥିରେ ୨-୦ ପଏଣ୍ଟରେ ବଲ ବ୍ଲାଷ୍ଟର ଦଳ ବିଜୟୀ ହୋଇ ଚମ୍ପିଆନ ହୋଇଛି l ମହେନ୍ଦ୍ର କୁମାର ସାହୁ ଖେଳ ପରିଚାଳନା କରିଥିଲେ l ଲକି ସାହୁ ଏବଂ ଶୁକ ଦେହୁରୀ ଲାଇନ୍ସମ୍ୟାନ ଦାୟିତ୍ୱ ତୁଲାଇ ଥିଲେ l ପୁରସ୍କାର ବିତରଣ ଉତ୍ସବରେ ପ୍ରାଣୀ ସମ୍ପଦ ସର୍ଜନ ଆକାଶ କୁମାର ସାହୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ସଞ୍ଜୀବ କୁମାର ବେହେରା, ସୁନୀଲ ସାହୁ, ମନୋଜ ସାହୁ, ବରିଷ୍ଠ ନାଗରିକ ବାମନ ସାହୁ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଉଭୟ ଦଳକୁ ଟ୍ରଫି ଓ ଅର୍ଥରାଶି ଏବଂ ଖେଳାଳି ସରୋଜ କୁମାର ସାହୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଅନିଲ କୁମାର ସାହୁଙ୍କୁ ମ୍ୟାନ ଅଫ ଦି ସିରିଜ ପ୍ରଦାନ କରାଯାଇଥିଲା l ଲମ୍ବୋଦର ବେହେରା ଏବଂ କେଦାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଖେଳରେ ଖୁଣ୍ଟିଗୋରା ଭଳିବଲ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
What's Your Reaction?